ସାଇବର କବଚ ୨୦୨୬ ଅଭିଯାନ…ଆସିକା ପୋଲିସ ଦ୍ୱାରା ମ୍ୟୁଲ୍ ଆକାଉଣ୍ଟ ରାକେଟ ଠାବ, ୪ ସାଇବର ଠକ ଗିରଫ – ୬ ମୋବାଇଲ ଫୋନ୍ ସହ ୨ଟି କାର ଜବତ କଲା ପୋଲିସ…

newyr25

ବ୍ରହ୍ମପୁର : ପୁଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସାଇବର କବଚ -୨୦୨୬ ସ୍ବତନ୍ତ୍ର ଅଭିଯାନ। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରୁ ଅପରାଧି ମାନଙ୍କ ଦ୍ଵାରା ବେଆଇନ ଭାବେ ଟଙ୍କା ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଧେଶରେ ଗଞ୍ଜାମ ପୁଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଅଭିଯାନ। ଆସିକା ପୋଲିସ ଏହି ଅଭିଯାନ ମାଧ୍ୟମରେ ସୋମବାର ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାପରେ ସକ୍ଷମ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଆସିକା ରେ ଥିବା ଏକ୍ସସି ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିସ ବ୍ୟାଙ୍କ,ଷ୍ଟେଟ ବ୍ୟାଙ୍କରେ ମନି ମ୍ୟୁଲ୍ ଆକାଉଣ୍ଟ ରାକେଟ ଠାବ କରିବା ସହ ହିତାଧିକାରୀଙ୍କ ଆକାଉଣ୍ଟ ରୁ ଅପରାଧିଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ମନି ମ୍ୟୁଲ୍ ଆକାଉଣ୍ଟକୁ ଜବତ କରିଛି ଆସିକା ପୋଲିସ । ସଂପୃକ୍ତ ଘଟଣାରେ ସଂପୃକ୍ତ୪ ଜଣଙ୍କୁ ପୁଲିସ ଗିରଫ କରିବା ସହ ୬ଟି ମୋବାଇଲ, ୨ଟି କାର,୪୦ଟି ଏଟିଏମ କାର୍ଡ,ବିଭିନ୍ନ ବ୍ୟାଙ୍କର ୩୨ଟି ବ୍ୟାଙ୍କ ଆକାଉଣ୍ଟ ପ୍ରାୟ ୪୦ଟି ଚେକବୁକ ଗୋଟିଏ ସାଇବର ଠକେଇ ଡ଼ାଇରୀ ସହିତ ନଗଦ ୫୦ହଜାର ଟଙ୍କା ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାର ଗିରଫ ମାନେ ହେଲେ ଘଟଣାର ମାଷ୍ଟର ମାଇଣ୍ଡ ସୁମନ୍ତ ରାଉତ (୨୯) ପିତା ମଙ୍ଗୁଳୁ ରାଉତ ବାବନପୁର ନୂଆଗାଁ ଥାନା ଆସିକା ବର୍ତ୍ତମାନ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଆଙ୍କୁଲି ସତ୍ୟଭାମା ନାଗର ୫ମ ଲାଇନରେ ରହୁଥିଲା ଅନ୍ୟମାନେ ହେଲେ ଧରାକୋଟ ଥାନା ଅଧୀନ କେ. ରାମଚନ୍ଦ୍ର ପୁର ଗ୍ରାମର ଏମ . କାଳୁ ଚରଣ ରେଡ୍ଡୀ(୩୦)ପିତା ସ୍ବର୍ଗତ ଏମ ସୁବାଷ ରେଡ୍ଡୀ, ଛତ୍ରପୁର ଥାନା ଅଧୀନ ପାଲିଆ ଗ୍ରାମର ବାଲିଆ ନାୟକ(୨୬)ପିତା ସ୍ବର୍ଗତ ଦେବେନ୍ଦ୍ର ନାୟକ, ଆସିକା ଥାନା ଅଧୀନ ବାବନପୁର ନୂଆଗାଁ ଗ୍ରାମର ସାଗର ପ୍ରସାଦ ଜେନା(୩୦)ପିତା ଲକ୍ଷ୍ମଣ ଜେନା |ଏମାନଙ୍କ ବିରୁଦ୍ଧରେ ଆସିକା ଥାନା କେସ ନଂ -୬୯/୨୬ ରେ ଏକ ମାମଲା ରୁଜୁ କରି ଗିରଫ ୪ ଯୁବକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଆସିକା ଥାନା ଅଧୀନରେ ଥିବା ବିଭିନ୍ନ ଗ୍ରାହକ ସେବା କେନ୍ଦ୍ର, ଘରୋଇ ବ୍ୟାଙ୍କ, ସାହାଯ୍ୟରେ ହିତାଧିକାରୀଙ୍କୁ ସାଇବର ଠକ ଦଲାଲ ମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ମନି ମୁଲ୍ ଆକାଉଣ୍ଟ ଖୋଲିଥାନ୍ତି। ପରବର୍ତ୍ତୀ ସମୟରେ ଦଲାଲ ମାନେ ହିତାଧିକାରୀଙ୍କ ବିନା ଅଗୋଚରରେ ଲକ୍ଷ ଲକ୍ଷ ଟଙ୍କାର କାରବାର କରି ସାଇବର ଠକ ମାନେ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରୁ ନିଜ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରିଥାନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଆସିକା ପୁଲିସ ମନି ମ୍ୟୁଲ୍ ଆକାଉଣ୍ଟ କୁ ଜବତ କରିବାରେ ସକ୍ଷମ ହୋଇଛି। ଆସିକା ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରେ ମନି ମୁଲ୍ଆକାଉଣ୍ଟ ରହିଥିବା ପୁଲିସକୁ ସୂଚନା ମିଳିଛି। ଥାନା ଆଇଆଇସି କୁଳମଣି ସେଠିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସଂପୃକ୍ତ ଟିମ୍ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଡାଉ ଜାରୀ ରଖିଛି। ଆଗାମୀ ଦିନରେ ବହୁ ମନି ମୁଲ୍ ଆକାଉଣ୍ଟ ଜବତ କରିବା ସହ ବହୁ ସାଇବର ଠକ ବ୍ୟାଙ୍କ କର୍ମଚାରୀ, ଗ୍ରାହକ ସେବା କେନ୍ଦ୍ର, ମିନି ବ୍ୟାଙ୍କ ଓ ଏଥିରେ ସମୃକ୍ତ ଥିବା ଦଲାଲଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କୁଳମଣୀ ସେଠି କହିଛନ୍ତି। ଚଢ଼ାଉରେ ଆଇଆଇସିଙ୍କ ସମେତ ଥାନା ଅତିରିକ୍ତ ଆଇ ଆଇ ସି ସୌମ୍ୟ ରଞ୍ଜନ ଜେନା, ଏସଆଇ ଆଲିସ୍ମିତା ଜେନା, ହିମାଂଶୁ ଶେଖର ପାତ୍ର,ଏ ଏସ ଆଇ ସୁଭାଶିଷ ସ୍ବାଇଁ,ବସନ୍ତ ବେହେରା, ଜୋନ ସବର,ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.