
ମୋରମ ପାଇଁ ସ୍ୱଳ୍ପ ରୟାଲଟି ଦେଇ ସହ ସହ ଗାଡ଼ିରେ ହର ଲୁଟ ହେଉଛି ମୋରମ …..!

ମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ପ୍ରଶାସନ କଳରେ ପ୍ରତିଯୋଗିତା..!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନେ ସ୍ଥାନୀୟ ନେତା ଓ ପ୍ରଶାସନ ର ଲେଖା ଛିଡେଇ ମୋରମ ମାଫିଆ ମାନଙ୍କୁ ହାତ କରି ମୋରମ ଲୁଟୁ ଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜମି ମାଫିଆ ମାନେ ଶାଗ ମାଛ ଦରରରେ ଚାଷ ଜମି କ୍ରୟ କରି ସେଠାରେ ପ୍ଳଟିଙ୍ଗ କରୁଛନ୍ତି। ଖାଲ ଥିବା ଜମିରେ ମୋରମ ପକାଇବା ପାଇଁ ସ୍ଥାନୀୟ ନେତାଙ୍କ ସହ ସଲାସୁତରା କରିବା ପରେ ଖଣି ବିଭାଗ ସହ ସ୍ୱଳ୍ପ ଟିକସ ବା ନିର୍ଦ୍ଧେଶ ଆଣି ସ୍ଥାନୀୟ ମାଫିଆ ମାନଙ୍କ ହାତକୁ ଟେକି ଦେଇ ଖୁଲାମ ଖୁଲା ମୋରମ ଲୁଟୁ ଥିବା ଲକ୍ଷ କରାଯାଇଛି। ଅଧିକାଂଶ କରି ରାତ୍ର ସମୟରେ ନିକଟରେ ଥିବା ମୋରମ ପାହାଡ଼ ରୁ ସହ ସହ ହାଇୱା ରେ ମୋରମ ଲୁଟୁ ହେଉଥିବା ଦେଖିବାକୁ ମିଳୁଛି। ମୋରମ ଲୁଟ ହେଉଥିବା ସମ୍ପର୍କ ରେ ଅଭିଯୋଗ କଲେ ଖଣି ବିଭାଗ ପକ୍ଷରୁ କୌଣସି ସଠିକ ଉତ୍ତର ମିଳୁନଥିବା ଅଭିଯୋଗ ହେଉଛି ଏବଂ ସେହି ଶସ୍ତା ଉତ୍ତର ମିଳୁଛି ରୟାଲଟି ଆମକୁ ମିଳିଛି ବୋଲି। ମୋରମ ଲୁଟ ହେବା ଫଳରେ ପାହାଡ଼ ନିକଟରେ ଭୂସ୍ଖଳନ ହେଉଥିବାର ନଜିର ବି ରହିଛି। ମାଫିଆ ମାନେ ମୁଠା ମୁଠା ଟଙ୍କାରେ ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀ ଙ୍କୁ ଦେଇ ଖୁଲାମ ଖୁଲା ଲୁଟୁ ଥିବା ଦେଖିବାକୁ ମିଳୁଛି l ମୁଖ୍ୟତଃ କନିସୀ, କୁକୁଡାଖଣ୍ଡି, ଦିଗପହଣ୍ଡି, ଏବଂ ଛତ୍ରପୁର ତହସିଲ ଅଞ୍ଚଳ ରୁ ବ୍ୟାପକ ଭାବରେ ମୋରମ ଲୁଟ ହେଉଛି ଖଣି ବିଭାଗ ସବୁଜାଣି ନୀରବ ଦ୍ରଷ୍ଟା ସାଜିଛି ସ୍ଥାନୀୟ ତହସିଲଦାର ଏଥିରୁ ମୋଟା ଅଙ୍କର ପାଉଣା ପାଉଥିବା ଅଭିଯୋଗ ଆସୁଛି l ଜଦି ଖଣି ବିଭାଗ ଏବଂ ତହସିଲଦାର ଙ୍କ ଭାଗକୁ ଏତେ ତେବେ ମନ୍ତ୍ରୀଙ୍କ ଭାଗକୁ କେତେ? ବୋଲି ବୁଦ୍ଧିଜୀବୀ କହିଲେଣି l ଆଉକିଛି ବର୍ଷ ଭିତରେ ଗଞ୍ଜାମ ଜିଲ୍ଲା ରେ ଥିବା ପାହାଡ଼ ମାନଚିତ୍ର ରୁ ଲୋପ ପାଇଁ ଯିବ ବୋଲି ସାଧାରଣ ରେ ଆଲୋଚନା ହେଲାଣି l ମଳୁ ଖୋଜୁଥିଲା ଯାହା ବଇଦ କହିଲା ତାହା ନୀତିରେ ଜିଲ୍ଲା ପ୍ରଶାସନ କାରଣ ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର ଔଷଧ ବିକଳ ରେ ତାଟିଆ କାମୁଡୁ ଛନ୍ତି ତେଣୁ ତାହାର ଫାଇଦା ଉଠଉଛନ୍ତି ପ୍ରଶାସନ l ତେଣୁ ମାଫିଆ ମାନଙ୍କ ପାଇଁ ପୁଷ ମାସ ଚାଲିଛି ବୋଲି ଖଟିରେ ଚର୍ଚ୍ଚା ହେଉଛି l ବର୍ତ୍ତମାନ ଖଣି ଏବଂ ତହସିଲଦାର ମନ୍ତ୍ରୀଙ୍କ ଗେଲ୍ହା ପୁଅ ଏବଂ ବୋଲକରା ସାଜିଛନ୍ତି ଯିଏ ଯେତେ ପରିମାଣ ରେ ସନ୍ତୁଷ୍ଟ କରି ପାରିବ ପ୍ରତିଯୋଗିତା ଚାଲିଛି l ତେଣୁ ରାଜ୍ୟ ସରକାର, ଇଡି, ଏବଂ ଭିଜିଲାନ୍ସ ବିଭାଗ ସରକାରୀ ମାଫିଆ ମାନଙ୍କ ଉପରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l