ଟ୍ରକ ଚକ ତଳେ ଚାପିହୋଇ ଯୁବତୀ ମୃତ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରମସାଗର ପାର୍କ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି ।ମୃତ ଯୁବତୀ ଜଣକ ଲଣ୍ଡାବାଦୁ ଗ୍ରାମର ନିଳୀମା ମୁଦୁଲି (୧୮)।ମୃତ ନିଳୀମା ଓଡ଼ଗାଁ ରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ।ଗତକାଲି ଅପରାହ୍ନରେ ସେ କୈବଲ୍ୟପୁର ଗ୍ରାମରୁ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ସ୍କୁଟି ଯୋଗେ ଓଡ଼ଗାଁକୁ ଫେରୁଥିବା ସମୟରେ ୨୧ ନମ୍ବର ରାଜ୍ୟ ରାଜପଥରେ ଓଡ଼ଗାଁ ସିନେମା ହଲ ଛକ ଠାରୁ ରାମସାଗର ପାର୍କ ମଧ୍ୟବର୍ତ୍ତୀ ସ୍ଥାନରେ ଏକ ୪୦୭ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ମୃତ ନିଳୀମା ସ୍କୁଟିରୁ ଛିଟିକି ପଡ଼ିଥିଲେ ।ଟ୍ରକ ଚକ ତାଙ୍କର ମୁଣ୍ଡରେ ଚଢ଼ିଯାଇଥିଲା ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଏହାକୁ ନେଇ ଡାକ୍ତରଖାନା ପରିସରରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।ତେବେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।ପୋଲିସ ଏକ ମାମଲା ରୁଜ୍ଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ସ୍କୁଟିକୁ ଜବତ କରିଛି ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।ସୂଚନା ଅନୁଯାୟୀ ମୃତ ନିଳୀମାର ବାପା ସୁରତରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି।ଆର୍ଥିକ ଅନଟନ ଯୋଗୁଁ ପରିବାରକୁ ସାହାଯ୍ୟ କରିବାକୁ ସେ ଓଡ଼ଗାଁରେ ରହି ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ ।ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.