
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ । ତୁରେକେଲା ଥାନା ବୁଢ଼ିବାହାଲ ଗାଁ ନିକଟରେ ବୁଲାଣି ରେ ବାଇକ ଦୁର୍ଘଟଣା ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଡୁମେରଚୁଆଁ ଗାଁର ହରେଶ ମାଝୀ ଓ ତାଙ୍କ ଶଳା ବେଦ ପୂଝାରୀ । ତୁରେକେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ୨ଜଣ ଶଳା ଭିଣୋଇ ଏକ ମୃତାହ କର୍ମରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।