ଭାଲୁ ଆକ୍ରମଣରେ ମହିଳା ଗୁରୁତର

newyr25

ଜୟପୁର: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ମୁଣ୍ଡାଗୁଡା ଅଞ୍ଚଳରେ ପୁଣି ଭାଲୁ ଆତଙ୍କ । ବୋରିଗୁମ୍ମା ମୁଣ୍ଡାଗୁଡା ଗାଁର ୪ ଜଣ ମହିଳା ଶୌଚ ପାଇଁ ଗାଁ ନିକଟ ପଡିଆକୁ ଯାଇଥିଲେ । ହଠାତ ୩ଟି ଭାଲୁ ଆସି ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ ।

ଅନ୍ୟ ମହିଳାମାନେ ଚିତ୍କାର କରିବାରୁ ଭାଲୁଗୁଡ଼ିକ ଧାଇଁ ପଳାଇଥିଲେ । ଗୁରୁତର ମହିଳା ହେଲେ ଲକ୍ଷ୍ମୀ ଗଣ୍ଡା । ତାଙ୍କୁ ପ୍ରଥମେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.