ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି, ଅଭିଯୁକ୍ତ ଫେରାର

newyr25

ବିହାର: ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି । ଅଭିଯୁକ୍ତ ପ୍ରେମିକ ଫେରାର। ବିହାର ବକସର ସହରରେ ଘଟିଛି ଏଭଳି ଅଘଟଣ । ମଙ୍ଗଳବାର ଏକ ବିବାହ ଉତ୍ସବ ଆୟୋଜିତ ହେଉଥିବାବେଳେ ଜଣେ ବ୍ୟକ୍ତି ହଠାତ ମଣ୍ଡପ ଉପରକୁ ଆସି କନ୍ୟାକୁ ଗୁଳି ଚଳାଇଥିବା ଜଣାପଡିଛି । କନ୍ୟାର ପେଟରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବାରଣାସୀସ୍ଥିତ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଆରତୀ କୁମାର ଓ ତାଙ୍କ ବର ମଣ୍ଡପରେ ଉପସ୍ଥିତ ଥିବାବେଳେ ହଠାତ ଜଣେ ଯୁବକ ଆରତିଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ।

ଗୁଳିଟି ତାଙ୍କ ପେଟରେ ବାଜିଥିବାବେଳେ ସେ ତଳେ ପଡିଯାଇଥିଲେ । ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି । ଦୀନବନ୍ଧୁ ଆରତିଙ୍କୁ ଏକତରଫା ଭାବେ ପ୍ରେମ କରୁଥିଲେ । ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାରେ ଆଉ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Leave A Reply

Your email address will not be published.