ବ୍ରହ୍ମପୁର ଚର୍ଚ୍ଚରୋଡ ରେ ଥିବା ଅଡ୍ଡା ହୋଟେଲ ଉପରେ ପୋଲିସ ର ଚଢ଼ାଉ…

add-all

ବେଆଇନ ଭାବେ ହୁକ୍କାବାର ଚଳାଇବା ଅଭିଯୋଗରେ ମାଲିକ ଗିରଫ..

ବ୍ରହ୍ମପୁର :କିଛି ଦିନ ଧରି ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚରୋଡ ଥିବା ଅଡ୍ଡା ହୋଟେଲ ଚାଲିଥିଲା ହୁକ୍କାବାର। ବିଶେଷ ସୂତ୍ରରୁ ପୋଲିସ ପାଇଥିଲା ଖବର। ଗତକାଲି ରାତିରେ କରିଥିଲା ଚଡାଉ।ଚଢ଼ାଉ ବେଳେ ପୋଲିସ ହୋଟେଲରେ ବେଧଡକ ଭାବେ ଲୋକମାନେ ହୁକ୍କା ସେବନ କରିବା ଦେଖିବାକୁ ପାଇଥିଲା ପୋଲିସ । ଏନେଇ ହୋଟେଲ  ମାଳିକ ଲକ୍ଷ୍ମୀ ନୃସିଂହ ସାହିର ବି. ଅମୀର କୁମାର ପତ୍ରକୁ ପଚରାଉଚରା କରିଥିଲା ଟାଉନ ଥାନା ପୋଲିସ। ତେବେ ହୁକ୍କାବାର ଚକାଇବାର କୌଣସି ଉଚିତ ଲାଇସେନ୍ସ ଦେଖାଇ ପାରି ନ ଥିଲା ମାଲିକ।ପୋଲିସ ଉକ୍ତ ହୋଟେଲରୁ ୪ଟି ହୁକ୍କା ହାଣ୍ଡି, ଗୋଟିଏ ଆଇସ ଫିଲଟର,୧୦ଟି ହୁକ୍କା ଫିଲଟର, ୩ଟି ପାଇପ ଏବଂ ୩ପକେଟ ହୁକ୍କା ମସଲା ଜବତ କରିଛି ପୋଲିସ।ଆଉ ମାଲିକ ବି. ଅମୀର କୁମାର ପତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଠାରେ ସୂଚନା ଥାଉକି ବ୍ରହ୍ମପୁର ଏହିଭଳି ଅନେକ ହୋଟେଲ ରେ ହୁକ୍କାବାର ସହିତ ଜୁଆ ଖେଳ ଚାଲିଥିବା ଅଭିଯୋଗ ହେଉଛି ପୋଲିସ ପ୍ରଶାସନ ଏଥି ପ୍ରତି ଯତ୍ନବାନ ହେବା ସହିତ ନଜର ଦେବାକୁ ବୁଦ୍ଧିଜୀବୀ ମହଲ ରେ ଦାବୀ ହୋଇଛି l

ad-week
Leave A Reply

Your email address will not be published.