
ଅନୁଗୋଳ: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ନିଜ ବାଡିରେ ଶାଗ ତୋଳୁଥିବା ବେଳେ ଘଟିଛି ଘଟଣା । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ ଘଟିଛି ଘଟଣା । ନାବାଳିକା ଜଣଙ୍କ ଶାଗ ତୋଳିବାକୁ ଯାଇଥିବା ବେଳେ ନିଖୋଜ ହୋଇଥିଲେ । ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ । ଆଜି ଗାଁ ପାଖ ଘାସ ବଣରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଗାଁର ଆଶିଷ ନାଏକ ନାମକ ଯୁବକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ନାବାଳିକାର ବାପା । ଘଟଣାସ୍ଥଳରେ NTPC ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚନା ମିଳିଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅନ୍ୟପକ୍ଷରେ ଆଶିଷ ନାଏକ ଫେରାର ରହିଛି ।