ଗଂଜାମ ଜିଲ୍ଲାର “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ କର୍ମଶାଳା

newyr25

ବିଗତ ବର୍ଷ ଗଂଜାମ ଜଳ ସଂରକ୍ଷଣରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲା

ଛତ୍ରପୁର : ଗଂଜାମ ଜିଲ୍ଲାର “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା କେନ୍ଦ୍ରୀୟ ଭୂତଳ ଜଳ ପରିଷଦ, ଦକ୍ଷିଣ ପୂର୍ବ କ୍ଷେତ୍ର, ଭୁବନେଶ୍ଵରଙ୍କ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । “ନାକୁଇମ୍” ଭୂତଳ ଜଳ ସମ୍ପଦର ସଠିକ ମାପ, ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ଓ ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ ।

କେନ୍ଦ୍ରୀୟ ଭୂତଳ ଜଳ ପରିଷଦର ବରିଷ୍ଠ ବୈଜ୍ଞାନିକ ସୁମିତା ସରକାର ସ୍ୱାଗତ ଭାଷଣରେ ବିଗତ ବର୍ଷ ଗଂଜାମ ଜଳ ସଂରକ୍ଷଣରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲା । ଅଧିକାରୀମାନଙ୍କୁ ଏହି ସଫଳତା ବିଷୟରେ ସ୍ମରଣ କରାଇବା ସହିତ ଜ଼ିଲ୍ଲାର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାସହିତ ସେହି ସମାନ ମନବୃତିନେଇ ଚଳିତ ବର୍ଷ ମଧ୍ୟ ଅଧିକାରୀ ଓ ଜ଼ିଲ୍ଲାବାସୀ ଜଳ ସଂରକ୍ଷଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଭୂତଳ ଜଳର ସଠିକ ସଂରକ୍ଷଣ ଓ ସମୂଚିତ ବ୍ୟବହାର ବ୍ୟାପକ ଜନସଚେତନତା ଓ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି । କେନ୍ଦ୍ରୀୟ ଭୂତଳ ଜଳ ପରିଷଦର ବରିଷ୍ଠ ବୈଜ୍ଞାନିକ ଡ଼ଃ ବିନୟ କୁମାର ବେହେରା ଓ ଡ଼ଃ ରାଜ କିଶୋର ମହାନ୍ତି ଭୂତଳ ଜଳର ସଂରକ୍ଷଣ ଓ ବ୍ୟବହାର ଉପରେ ନାକୁଇମ୍ ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜଳ ସଂରକ୍ଷଣ ପାଇଁ ଚାଷ ପ୍ରଣାଳୀର ବିବିଧିକରଣ, ଡ୍ରିପ୍ ଇରିଗେଶନ୍ ଓ ସ୍ପ୍ରିଙ୍କଲର୍ ପ୍ରଣାଳୀରେ ଏହା ମଧ୍ୟରେ ବହୁତ ଉନ୍ନତି ଘଟିଛି ସେହି ଉନ୍ନତ ପ୍ରଣାଳୀ ବ୍ୟବହାର କରି କିପରି ପ୍ରକୃତି ଠାରୁ ଆରମ୍ଭ କରି ମନୁଷ୍ୟ ଯାଏଁ ସମସ୍ତେ ଲାଭାନ୍ବିତ ହୋଇପାରିବେ ତା ଉପରେ ସେମାନେ ପରାମର୍ଶ ଦେଇଥିଲେ। ଏହା ସହ ବର୍ଷାଜଳ ସଂଗ୍ରହ, ଚେକ୍ ଡ୍ୟାମ୍ ନିର୍ମାଣ ଓ ଭୂଗର୍ଭ ଜଳ ପୁନର୍ଭର୍ତ୍ତି ପଦକ୍ଷେପକୁ କ୍ରିୟାଶୀଳ କରିବାପାଇଁ ପରାମର୍ଶ ଦେଇଥିଲେ ।

ଏହା ସହିତ ଭୂତଳ ଜଳ ମୁଖ୍ୟତଃ ଜ଼ିଲ୍ଲାର ସମୁଦ୍ର ପାଖାପାଖି ଥିବା ବ୍ଲକଗୁଡିକରେ ଦେଖାଯାଉଥିବା ଲବଣ ଯୁକ୍ତ ଜଳ, କିଛି ସ୍ଥାନରେ ଦେଖାଯାଇଥିବା ଫ୍ଲୋରିଡ଼ ଓ ଅନ୍ୟାନ୍ୟ ସମସ୍ୟା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଗଂଜାମ ବିଜୟ କୁମାର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.