ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ : ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ

newyr25

ଭୁବନେଶ୍ବର: ୭ ବର୍ଷ ପରେ ଆସିଲା ରାୟ। ଓଡ଼ିଆ ସିନେ ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ । ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ରାୟ ଶୁଣାଇଛନ୍ତି କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ। କୋର୍ଟ କହିଛନ୍ତି ଝଗଡ଼ା ସମୟରେ ଲିପନ ହିଁ ନିକିତାଙ୍କୁ ଛାତ ଉପରୁ ଠେଲି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ରାୟକୁ ସ୍ବାଗତ କରିଛନ୍ତି ମୃତ ନିକିତାଙ୍କ ପରିବାରବର୍ଗ। ନ୍ୟାୟ ମିଳିଥିବା କହିଛନ୍ତି ନିକିତାଙ୍କ ବାପାମାଆ। ଦୋଷୀ ଦଣ୍ଡ ପାଇବା ଆବଶ୍ୟକ ଥିଲା । ବିଚାର ପ୍ରକ୍ରିୟା ଉପରେ ପୂରା ବିଶ୍ବାସ ଓ ଭରସା ଥିଲା ବୋଲି କହିଛନ୍ତି।

ବିବାହ ପରେ ନିକିତାଙ୍କୁ ଶାଶୁଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଅଧିକ ଯୌତୁକ ଆଣିବା ପାଇଁ ନିକିତାଙ୍କ ଉପରେ ଚାପ ପଡ଼ୁଥିଲା। ନିକିତା ଗର୍ଭବତୀ ଥିବା ବେଳେ ଶାଶୂଘର ଲୋକ ତାଙ୍କର କୌଣସି ଯତ୍ନ ମଧ୍ୟ ନେଉନବା ଅଭିଯୋଗ ହୋଇଥିଲା। ୨୦୧୯ ଜାନୁଆରୀ ୪ ତାରିଖରେ ନିକିତାଙ୍କର ମୃତ୍ୟୁ ହୋଇଥିଲା। ୪ ତାରିଖ ସନ୍ଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ। ରାତି ପ୍ରାୟ ୧୦ଟା ୧୫ଟାରେ ଛାତ ଉପରୁ ଠେଲିଦେଇଥିଲେ ।

Leave A Reply

Your email address will not be published.