ରାଜ୍ୟରେ ଖୋଲିବ ଆଉ ୩ ନୂଆ କଲେଜ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

newyr25

ବ୍ରହ୍ମପୁର : ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲିବ। ସୋନପୁରରେ ଖୋଲାଯିବ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ। ଚିପିଲିମାରେ ପ୍ରାଣୀ ସମ୍ପଦ ଓ ବଲାଙ୍ଗିରରେ କୃଷି କଲେଜ ଖୋଲିବ। ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗଦାନ ଅବସରରେ ଏହା କହିଛନ୍ତି ଗୋକୁଳାନନ୍ଦ। ଚଳିତ ବଜେଟ୍ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିକାଶ ପାଇଁ ଯଥେଷ୍ଟ ଅର୍ଥ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।

Leave A Reply

Your email address will not be published.