
ଲିଜ ପଛରେ ରହିଛି ଅନେକ ଗୁମର ହୋଇଛି କୋଟି କୋଟି ଟଙ୍କାର ଡିଲ..!

ଗଞ୍ଜାମ ଜିଲ୍ଲା ରୁ ବିଧାନସଭା ପର୍ଯ୍ୟନ୍ତ ସବୁ ଫିକ୍ସଙ୍ଗ କି? ଏହା ସାଧାରଣ ରେ ପ୍ରଶ୍ନ …..?
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା। ଯାହାକି ଏସିଆ ମହାଦେଶ ରେ ନାଁ ଥିଲା ଏହି ସଂସ୍ଥା ର। କିଛି ନେତାଙ୍କ ଯୋଗୁଁ ୠଗୁଣ ଅବସ୍ଥା କୁ ଚାଲିଆସିଲା ACMPCS । ଏହି ଦୁର୍ଲଭ ଜମି ଉପରେ ଜମି ମାଫିଆ ମାନଙ୍କ ଲୁଲୁପ ଦୃଷ୍ଟି ପଡିଥିଲା। ଗତ ବିଜେଡ଼ି ସରକାର ସମୟରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଅତି ତରବରିଆ ଭାବେ ଶାଗ ମାଛ ଦରରେ ୯୯ ବର୍ଷ ପାଇଁ ଲିଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେବା ନେଇ ବିଭିନ୍ନ ମହଲ ରେ ସେ ସମୟରେ ଚର୍ଚ୍ଚା ହୋଇଥିଲା। ତତ୍କାଳୀନ ଜିଲ୍ଲାପାଳ ଏବଂ ବିଜେଡି ସରକାର ଅତି ମୋଟା ଅଙ୍କର ଡିଲ କରି ନିର୍ବାଚନ କୁ ଆଖି ଆଗରେ ରଖି ଏହି ମୂଲ୍ୟବାନ ଜମିକୁ ଅତି ଚତୁରତା ସହ କାଗଜ ପତ୍ରରେ ଠିକ ଠାକ ଦର୍ଶାଇ ଯେଉଁ ବ୍ୟକ୍ତି ଆବେଦନ କରିଥିଲେ ସେ ବ୍ୟକ୍ତିଙ୍କୁ ହିଁ ଦିଆଗଲା ବୋଲି ଆଲୋଚନା ହେଲା। ନୂତନ ସରକାର ଆସିବା ପରେ ଏହି ମୂଲ୍ୟବାନ ଜମି ଲିଜ ସମ୍ପର୍କ ରେ ବିଧାନସଭା ରେ ଆସିକା ବିଧାୟକ ପାରିବା ପଣ ଦେଖାଇ ପ୍ରଶ୍ନ କଲେ ତାପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଲେ।ତାପରେ ଏହି ଜମିକୁ ନେଇ ଆସିକା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହୋଇଥିବା ନେଇ ଚର୍ଚ୍ଚା ବି ହେଲା। ଏବଂ ପରବର୍ତ୍ତୀ ସମୟରେ ଆସିକା ବିଧାୟକ ଙ୍କ ପାରିବା ପଣ ହାଟରୁ ଯାଇ ଦାଣ୍ଡରେ ଗଡ଼ିଲା l ସୂଚନା ଥାଉକି ସରକାରୀ ଚିକିତ୍ସାଳୟ ପାଇଁ ଓ କୋର୍ଟ ସ୍ଥାନାନ୍ତର ପାଇଁ ଜମି ଚି଼ହ୍ନଟ ଆଜି ସୁଦ୍ଧା ହୋଇପାରୁନି, ଯାହାକି ଅତି ସଂକୀର୍ଣ୍ଣ ସ୍ଥାନ ରେ ରହି ଆସୁଛି ଯାହାକି ସରକାର ଙ୍କ ଦୁରଦୃଷ୍ଟି ଅଭାବ କହିଲେ କିଛିବି ଭୁଲ ହେବ ନାହିଁ l କିନ୍ତୁ ACMPCS ବହୁ ମୂଲ୍ୟବାନ ଜମିକୁ ଶାଗ ମାଛ ଦରରେ ଯେଉଁ ଭଳି ଏକ ବ୍ୟବସାୟୀ ଙ୍କୁ ୨ କୋଟି ୬୨ ଲକ୍ଷ ଟଙ୍କା ରେ ଦିଆଗଲା ତାହା ସନ୍ଦେହ ପରିସର କୁ ଆସିଗଲା । ଜଣେ ବ୍ୟକ୍ତି ବିଶେଷ ଙ୍କୁ ତତ୍କାଳୀନ ଜିଲ୍ଲାପାଳଙ୍କ ଏତେ ଅନୁକମ୍ପା କାହିଁକି ଦେଖାଇଲେ ତାହାବି ସନ୍ଧେହ ।ପ୍ରଥମେ କବିସୂର୍ଯ୍ୟନଗର ବିଦ୍ୟୁତ ବିଭାଗ ସବ୍ ଷ୍ଟେସନ ସାମ୍ନାରେ ଏକ ବିରାଟ ଜମି କୁ ୩୦ ବର୍ଷ ପାଇଁ ଲିଜ ଦେବା ପରେ ପୁଣି ଆସିକା ଅଞ୍ଚଳର ଅତି ମୂଲ୍ୟବାନ ACMPCS ର ଜମିକୁ ସେହି ବ୍ୟକ୍ତିଙ୍କୁ ତରବରିଆ ଭାବରେ ୯୯ ବର୍ଷ ପାଇଁ ଲିଜ ରେ ଦିଆଗଲା। ବିଧାନସଭା ରେ ପ୍ରଶ୍ନ ଉତ୍ତର ପରେ ଆସିକାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମୁଠା ମୁଠା ଟଙ୍କାର ଖେଳ ହେବା ସମ୍ପର୍କ ରେ ଚର୍ଚ୍ଚା ବି ହେଲା ତଦନ୍ତ ହେବ ବୋଲି ଆସିକା ବାସୀ ଚାତକ ଭଳି ଚାହିଁ ବସିଲେ ଆଜି ସୁଦ୍ଧା ଉକ୍ତ ତଦନ୍ତ ଶୀତଳ ଭଣ୍ଡାର ରେ ରହିଥିବା ଆଲୋଚନା

ହେଲାଣି। କୁଆଡ଼େ ଶାଗ ମାଛ ଦରରେ ଲିଜ ନେବା ପରେ ଉକ୍ତ ଜମି ଉପରେ ବଡ଼ ଡ଼ିଲ ହୋଇ କୋଟି କୋଟି ଟଙ୍କାର ଋଣ ଉଠାଯାଇ ସେଠାରେ ବଡ଼ ଅଟାଳିକା ବର୍ତ୍ତମାନ ନିର୍ମାଣ ଚାଲିଛି। ତତ୍କାଳୀନ ଜିଲ୍ଲାପାଳ ଆସିକା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କବିସୂର୍ଯ୍ୟନଗର ଓ ଆସିକା ଠାରେ ଥିବା ACMPCS ର ଜମିକୁ ଶାଗ ମାଛ ଦରରେ କେଉଁ ଅଦୃଶ୍ୟ ଶକ୍ତିର ଚାପ ରେ ଦେଲେ ତାହାକୁ ନେଇ ଜିଲ୍ଲା ରେ ଚର୍ଚ୍ଚା ଏବେ ବି ହୋଇ ଆସୁଛି। ଶୁଣିବାକୁ ମିଳୁଛି ତତ୍କାଳୀନ ଜିଲ୍ଲାପାଳ ଙ୍କ ମଧ୍ୟ ଏଥିରେ ଭାଗ ରହିଛି l ସରକାରୀ ଜମି କୁ ସାଧାରଣ ଲୋକଙ୍କ ସ୍ୱାର୍ଥ କୁ ଗୋଡ଼ରେ ଦଳି ବ୍ୟକ୍ତି ବିଶେଷ ଙ୍କ ସ୍ୱାର୍ଥ ହାସଲ ଦିଗରେ ତତ୍କାଳୀନ ସରକାର ଏବଂ ଜିଲ୍ଲାପାଳ ଭୂମିକା ସନ୍ଦେହ ଘେରରେ l ଯାହାକି ତଦନ୍ତ ସାଫେକ୍ଷ କେବଳ ଏହା ନୁହଁ ଗଞ୍ଜାମ ଜିଲ୍ଲାରେ ଥିବା ଅନେକ ସରକାରୀ ଜମି କିଛି ଆଗ ଧାଡିର ସରକାରୀ ବାବୁ ଦଲାଲ ମାନଙ୍କ ସହଯୋଗ ରେ ନିଜ ଅକ୍ତିଆର ରେ ରଖିଛନ୍ତି ବୋଲି ବି ଅଭିଯୋଗ ଆସୁଛି l ଯାହାଫଳରେ ନୂତନ ସରକାରଙ୍କ ବୁଲଡଜର ମାଡ଼ ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ବିଭିନ୍ନ ଖଟିରେ ଆଲୋଚନା ହେଲାଣି l ଜିଲ୍ଲା ପ୍ରଶାସନ ବର୍ତ୍ତମାନ କୋମାରେ ଏବଂ ଡବଲ ଇଞ୍ଜିନ ସରକାର ର ବୋଲକରା ପାଲୋଟି ଯାଇଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ବିଭିନ୍ନ ତହସିଲ ରେ ଥିବା ମୂଲ୍ୟବାନ ସରକାରୀ ଏବଂ ଗୋଚର ଜମି କୁ ତହସିଲଦାର ମାନେ ସାଗ ମାଛ ଦରରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ଆସୁଛି କୁକୁଡାଖଣ୍ଡି ଏବଂ କନିସୀ ଅଞ୍ଚଳ କୁ ଉଦାହରଣ ରେ ନିଆଯାଇ ପାରେ l ଜିଲ୍ଲା ରେ ଦିଆ ଯାଇଥିବା ସରକାରୀ ଜମି କୁ ପୁଣି ବିଚାର କୁ ନିଆଯାଉ ବୋଲି ବୁଦ୍ଧିଜୀବୀ ଦାବୀ କରୁଛନ୍ତି ସରକାର ଏହାକୁ ନେଇ ତଦନ୍ତ କଲେ ଅନେକ ଗୁମର ଖୋଲି ଯିବ l ACMPCS କିମ୍ବା ଗୁରୁକୁଳ ହେଉ ଏମାନଙ୍କୁ କେଉଁ ଉଦେଶ୍ୟ ରେ ଲିଜ ଦିଆ ଗଲା ତାହା ତଦନ୍ତ ସାଫେକ୍ଷ l ଲିଜ ଧାରୀ ମାନେ ବର୍ତ୍ତମାନ କେଉଁ ଉଦେଶ୍ୟ ରେ ତାହା ବିନିଯୋଗ କରୁଛନ୍ତି ତାହା ବି ତଦନ୍ତ ପରିସର ଭୁକ୍ତ ହେବା ଜରୁରୀ l ରାଜ୍ୟ ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଲିଜ ଦିଆ ଯାଇଥିବା ଜମିକୁ ଫେରସ୍ତ ଆଣିବାକୁ ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି ନଚେତ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସଚେତନ ନାଗରିକ ଚେତାବନୀ ଦେଲେଣି… I