
ସୂଚ଼ନା ଫଳକ ଲଗାଇ ଦାୟୀତ୍ୟ ସଂପୂର୍ଣ୍ଣ କଲେ କି ସମ୍ପୃକ୍ତ ବିଭାଗୀୟ ଅଧିକାରୀ
କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲ ଅଧିନରେ ଥିବା ଲଘୁ ଖଣିଜ ଉତ୍ସର ଦୀର୍ଘ ମିଆଦି ଲିଜ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଟେଣ୍ଡର ହୋଇ ନ ଥିବା ବେଳେ…
ଛତିଶଗଡ ସୀମାନ୍ତ କୋଟପାଡ଼ ତହସିଲ ଅଧିନରେ ଇସ୍ପାତ ଓ ଖଣିଜ ସମ୍ପଦ ଅଧିକାରୀଙ୍କ ଦାୟିତ୍ବରେ ଥିବା, କୋଟପାଡ଼ ଅନ୍ତର୍ଗତ ବିଭିନ୍ନ ବାଲିଘାଟ ଅଞ୍ଚଳରୁ ବେଆଇନ ଭାବେ ଦୈନିକ ଶହ ଶହ ଗାଡ଼ି ବାଲି ପଡୋଶୀ ରାଜ୍ୟ ଛତିଶଗଡ ଏବଂ ସ୍ଥାନୀୟ ଅଞ୍ଚଳକୁ ଚୋରା ଚାଲାଣ ହୋଇ ରାଜସ୍ୟ ହାନୀ ଓ ପରିବେଶ ଅସନ୍ତୁଳନ ହେବା ବେଳେ ସରକାରୀ ବେତନଧାରୀ ଖଣିଜ ଅଧିକାରୀ କେବଳ କୋଟପାଡ଼ ଜୟପୁର ଯିବା ଆସିବାରେ ବ୍ୟସ୍ତ ରହୁଥିବା ଦେଖାଯାଉଛି l
ବାସ୍ତବତା ଅନୁସାରେ ଅନେକ ଜଙ୍ଗଲ ଜମି, ସରକାରୀ ଜମିରୁ ମେସିନ ଲଗାଇ ମୁରୁମ ଖୋଳି ଶହଶହ ହାଇୱାରେ ନିକଟ ରାଜ୍ୟ ଏବଂ ସ୍ଥାନୀୟ ଅଞ୍ଚଳରେ ଖୁଲମଖୁଲା ପରିବହନ କରାଯାଉଛି l ଦିବାଲୋକରେ ପରିବହନ ହେଲେ ମଧ୍ୟ ପ୍ରଶାସନର ଚକ୍ଷୁ ବନ୍ଦ ରହିଅଛି l ଜୋହଁରା ନଦୀ କୂଳର ବିରାହାଣ୍ଡି, କର୍ଲlହାଣ୍ଡି, ସୁତିଗୁଡା,ଶିରିଶି ଗ୍ରାମ ନିକଟରେ ନୁଆଁ ବାଲିଘାଟ ସୃଷ୍ଟି କରି ମାଫିଆ ମାନେ ଦିନ ଦ୍ବି-ପହରରେ ଟ୍ରାକ୍ଟର ଯୋଗେ ବାଲିଉଠାଇ ନେଉଛନ୍ତି l କିଛି ପ୍ରତିପତ୍ତିଶାଳୀ ବ୍ୟକ୍ତିମାନଙ୍କ ସଂରକ୍ଷଣରେ ଏଭଳି କାର୍ଯ୍ୟ ରାଜନୈତିକ ଛତ୍ରଛାୟା ତଳେ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ସରକାରୀବାବୁଙ୍କ ଦୃଷ୍ଟିଗୋଚର ସତ୍ୱେ ମଧ୍ୟ କାର୍ଯ୍ୟନୁଷ୍ଠାନ କେମିତି ହୋଇପାରୁନି ଏହାର କାରଣ ଜନସାଧାରଣରେ ଅସ୍ପଷ୍ଠ ଚିତ୍କାର ହେଉଛି ।
କୋଟପାଡ଼ ରାଜସ୍ବ ଅନ୍ତର୍ଗତ ବିଭିନ୍ନ ବାଲି ଘାଟ, ଜଙ୍ଗଲ ଜମିର ମୁରୁମ ଖାଦାନରୁ ଦୈନିକ ଶହ ଶହ ଟ୍ରାକ୍ଟର, ହାଇୱାରେ ବାଲି, ମୁରୁମ ଚୋରା ଚାଲାଣ ଦିନରାତି ଚାଲୁ ରହିଛି l ଏହାକୁ ନେଇ ରାଜସ୍ବ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ବେଳେ ସେ,ଆମ ହାତରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ସ୍ୱୀକାର କରିଛନ୍ତି, ତାଙ୍କ କହିବା ଅନୁସାରେ କୋଟପାଡ଼ରେ ପଦସ୍ଥ କନିଷ୍ଟ ଖଣିଜ ଅଧିକାରୀଙ୍କ ଅଧୀନରେ ରହିଛି ବୋଲି କହିଛନ୍ତି l ଅପର ପକ୍ଷରେ ଖଣିଜ ଅଧିକାରୀଙ୍କ ସହିତ ଆମ ଜ଼ିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ବାରମ୍ବାର ଯୋଗାଯୋଗ କରିବାର ଚେଷ୍ଟା ଅସଫଳ ହୋଇଛନ୍ତି l ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିଲେ ହେଁ, ସରକାରୀ ବଡ଼ ବାବୁ ମାନଙ୍କ ନିଦ ଭାଙ୍ଗୁନି l ଶୀଘ୍ର ଏମାନଙ୍କ ଉପରେ ଲଗାମ ଲଗା ନ ଗଲେ ଭବିଷ୍ୟତରେ ପରିବେଶ ଏବଂ ସମାଜ ପାଇଁ ବିପଦ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି l
ଅତି ଶୀଘ୍ର ଜ଼ିଲ୍ଲା ସ୍ତରୀୟ କର୍ତୃପକ୍ଷ କଢ଼ା ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି l