୨ ଝାଡ଼ଖଣ୍ଡୀ ସାଇବର ଠକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ଚମ୍ପୁଆ ପୋଲିସ

add-all

ବଡ଼ବିଲ:ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ “ସାଇବର କବଚ”ଜାରି ରହିଛି । ଚମ୍ପୁଆ ପୋଲିସ୍ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ୧୩ଟି ଡେବିଟ୍ କାର୍ଡ, ୨ଟି ପାନ୍ କାର୍ଡ ଓ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି । ସେମାନେ ହେଲେ ଝାଡ଼ଖଣ୍ଡ ଚାଇଁବାସା ଥାନା ବଡ଼ବିଲ ଅଞ୍ଚଳର ସାୱାନ ମାଛୁଆ, ମହୁଲସାହିର ଜାକ୍ରୀୟା ଦେବଗନ୍, ଚମ୍ପୁଆ ଥାନା ଶଙ୍କରପୁର ଅଞ୍ଚଳର କୃଷ୍ଣ ଲୋହାର୍ ଏବଂ ହେମନ୍ତ ଲୋହାର୍ ଓ ଟୁଙ୍ଗଲେଇ ସାହିର ଦୀପକ୍ କୁମାର ମୁଣ୍ଡା ।

ଚମ୍ପୁଆ ଥାନା ଅଧୀନରେ ଥିବା ବ୍ୟାଙ୍କ ଗୁଡ଼ିକରେ କିଛି ମ୍ୟୁଲ୍ ଆକାଉଣ୍ଟ ରହିଥିବା ପୋଲିସକୁ ସୂଚନା ମିଳିଥିଲା । ସେଥିରେ ଅପରାଧର ଟଙ୍କା ପଇସା କାରବାର ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଅଭିଯୁକ୍ତମାନେ କିଛି ବ୍ୟାଙ୍କରେ ମ୍ୟୁଲ୍ ଆକାଉଣ୍ଟ ଖୋଲି ସେଗୁଡ଼ିକୁ ଝାଡ଼ଖଣ୍ଡର ସାଇବର ଅପରାଧୀଙ୍କୁ ହସ୍ତାନ୍ତର କରୁଥିଲେ ଏବଂ ସାଇବର ଅପରାଧୀ ଏହି ଆକାଉଣ୍ଟ ଗୁଡ଼ିକୁ କୋଟି କୋଟି ଟଙ୍କାର ସାଇବର ଠକେଇରେ ବ୍ୟବହାର କରୁଥିଲେ ।

ତେବେ ଏହି ଅପରାଧିକ ମାମଲାର ମାଷ୍ଟର ମାଇଣ୍ଡ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ad-week
Leave A Reply

Your email address will not be published.