ପିଏମଶ୍ରୀ ହାଇସ୍କୁଲ ହଷ୍ଟେଲରେ ରାଗିଂ ଅଭିଯୋଗ

newyr25

ମୟୂରଭଞ୍ଜ: ହଷ୍ଟେଲରେ ରାଗିଂ ଅଭିଯୋଗ । ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ସିନିଅରଙ୍କ ରାଗିଂ ଅଭିଯୋଗ । ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ସେମାନଙ୍କୁ ନିର୍ଯାତନା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଅଭିଯୋଗ ଆସିଛି । ୩ ଜଣ ରସପ୍ତମ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓ ଦେଖି ରାତିରେ ବିଦ୍ୟାଳୟ ପହଞ୍ଚିଥିବା ଅଭିଭାବକଙ୍କୁ ପିଲା କହିଛନ୍ତି ସାଙ୍ଘାତିକ କଥା । ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ରଙ୍କୁ ହଷ୍ଟେଲରେ ଆଣ୍ଠେଇ ଦେବା ସହିତ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏହିପରି ଘଟଣା ଘଟିଛି ବୋଲି ଅଭିଭାବକ ଙ୍କୁ ଛାତ୍ର ମାନେ କହିଛନ୍ତି ।

Leave A Reply

Your email address will not be published.