ଖଣ୍ଡା ଧରି ରିଲ୍ସ କରି ବନ୍ଧା ହେଲେ ୩ ଯୁବକ

newyr25

ଅନୁଗୁଳ: ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା । ବନ୍ଧାହେଲେ ୩ ଯୁବକ । ଅନୁଗୁଳ ଜିଲ୍ଲା ସୁନାକେରଜେଙ୍ଗ କ୍ରିକେଟ ପଡିଆରେ କିଛି ଯୁବକ ଖଣ୍ଡା ଓ ଭୁଜାଲି ଦେଖାଇ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ଖଣ୍ଡା ଧରିବା ସହ ଅଶ୍ଳୀଳ ଭାଷା କହି ଧମକପୂର୍ଣ୍ଣ ଡାଇଲଗ୍ ମାରିଥିଲେ । ସୋସିଆଲ ମିଡିଆରେ ରିଲ୍ସ ଭାଇରାଲ ହୋଇଥିଲା । ପୋଲିସ ତଦନ୍ତ କରି ସୁଶାନ୍ତ ନାୟକ, ରୋହନ ନାୟକ ଓ ସୁଧାଂଶୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

Leave A Reply

Your email address will not be published.