ଜଳୁଛି ମାଉଣ୍ଟେନ୍‌ ପାହାଡ

newyr25

କୋରାପୁଟ : ଆଜି ଅପରାହ୍ନରେ କୋରାପୁଟ ସହର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ ଲାଗିଯାଇଛି ।  କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଜଙ୍ଗଲ ବିଭାଗ କେବଳ ଦୁଇ ଦୁଇଟି ବନାଗ୍ନୀ ମିଟିଂ ସାରି ଚୁପ ରହିଥିବା ନେଇ ଅଭିଯୋଗ ହୋଇଛି । ଦୀର୍ଘ ତିନି ଘଣ୍ଟା ପରେ ଜଙ୍ଗଲ ବିଭାଗ ପହଞ୍ଚି ନଥିଲେ ବି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ସମ୍ପୂର୍ଣ ଆୟତ୍ତ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.