ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା, ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

newyr25

କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର ହୋଇଛି । କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନଫିଡେନସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଭିଯୁକ୍ତ ମାନେ ତଦନ୍ତରେ ସହଯୋଗ କରିବା ଏବଂ ଅଦଲତଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ଗତବର୍ଷ ଜୁଲାଇ ୨୦ ତାରିଖରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ପରୀକ୍ଷା ପୂର୍ବ ରାତିରେ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏବଂ ପରୀକ୍ଷାକୁ ବାତିଲ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଜଣଙ୍କ ପରେ ଜଣଙ୍କୁ ଗିରଫ କରିଥିଲା । ଅଗଷ୍ଟ ୩ ତାରିଖରେ ଏହି ଘଟଣାରେ ବୋର୍ଡର ତତ୍କାଳୀନ ଉପ ସଭାପତି ନିହାର ମହାନ୍ତି ଗିରଫ ହୋଇଥିଲେ । ଗିରଫଦାରୀ ପରଠାରୁ ସମସ୍ତ ଅଭିଯୁକ୍ତ ଜେଲରେ ଥିଲେ । ପ୍ରଶ୍ନପତ୍ର ପ୍ରଘଟ କାରଣରୁ ପ୍ରଥମେ ପରୀକ୍ଷା ବାତିଲ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ଏବଂ ପରବର୍ତ୍ତୀ ସମ୍ବରର ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ।

Leave A Reply

Your email address will not be published.