ଭଡ଼ା ଘରୁ CRPF ଯବାନଙ୍କ ମୃତଦେହ ଉଦ୍ଧାର

newyr25

କଟକ : CRPF ଯବାନଙ୍କ ସଂଦେହଜନକ ମୃତ୍ୟୁ ।  ମୃତକ ହେଲେ CRPF ହାବିଲଦାର ଦୀତିକୃଷ୍ଣ ପଣ୍ଡା ।  ତାଙ୍କ କଟକ ସ୍ଥିତ ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।  ସେ ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିଲେ ।  ନିକଟରେ ଛୁଟିରେ ଘରକୁ ଆସିଥିଲେ ।  ଗତକାଲି CRRI ଥାନା ଅନ୍ତର୍ଗତ ନୂଆବଜାର ସ୍ଥିତ ଭଡ଼ା ଘରୁ ଅପରାହ୍ଣରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପତିପତ୍ନୀଙ୍କ ମଧ୍ୟରେ ବିବାଦରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସଂଦେହ କରାଯାଉଛି।

ତେବେ ପତ୍ନୀ ଘରେ ଥିବା ବେଳେ ସେ ଏଭଳି ପଦକ୍ଷେପ କେମିତି ନେଲେ ଏବଂ ପତ୍ନୀ ତାଙ୍କୁ କେମିତି ରୋକି ପାରିଲେ ନାହିଁ, ତାକୁ ନେଇ ସଂଦେହ ସୃଷ୍ଟି ହୋଇଛି। ପୋଲିସ ପହଞ୍ଚିବା ପୂର୍ବରୁ ଦିତି କୃଷ୍ଣଙ୍କ ମରଶରୀରକୁ ତଳକୁ ଓହ୍ଲାଇ ଦିଆ ଯାଇଥିଲା। ଆଜି ଏସସିବି ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି। ଦୀତିକୃଷ୍ଣଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ? ଗତକାଲି ପତିପତ୍ନୀ ଘରେ ଥିବା ବେଳେ କଣ ଘଟିଥିଲା ? ସେମାନଙ୍କ ଭିତରେ ବୈବାହିକ ସମ୍ପର୍କ ଠିକ୍ ଥିଲା ନା ନାହିଁ ? ଏ ସବୁ ଦିଗକୁ ନେଇ ଖୋଳତାଡ କରୁଛି ପୋଲିସ । .

Leave A Reply

Your email address will not be published.