
ନୟାଗଡ଼,୦୫/୦୩(ନିସର୍ତ୍ତ):ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ୧୧୦ତମ ପବିତ୍ର ଜନ୍ମ ଜୟନ୍ତୀ ରଣପୁର ଅଞ୍ଚଳର ଯୁବ ସମାଜସେବୀ ତଥା ସଫଳ ଉଦ୍ୟୋଗୀ ତ୍ରିନାଥ ବିଶ୍ୱାଳଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଛି । ଏହି ଅବସରରେ କନ୍ଧ ନୟାଗଡ଼ ପଞ୍ଚାୟତର ବିଜୁ ପ୍ରେମୀ ସାମାଜିକ କର୍ମୀ ଓ ଯୁବକ ମାନେ ସମ୍ମିଳିତ ହୋଇ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିବା ଦେଖିବାକୁ ମିଳିଛି। ଚିକିତ୍ସାଳୟ ପ୍ରବେଶ ପଥରେ ଥିବା ଏହି ଚିକିତ୍ସାଳୟର ପ୍ରାଣ ପ୍ରତିଷ୍ଠାତା ରଣପୁର ରାଜମାତା ତଥା ରାଜ୍ୟମନ୍ତ୍ରୀ ପରିଷଦରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ପ୍ରଥମ ମହିଳା ବସନ୍ତ ମଞ୍ଜରୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସମାଜସେବୀ ମନୋଜ ଦାସ, ପୂର୍ବତନ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି, ସରପଞ୍ଚ ଗୁଲୁବାସ ସୁବୁଦ୍ଧି,କୃଷ୍ଣ ଗୋପାଳ ବାଚସ୍ପତି, ଲକ୍ଷ୍ମୀଧର ବେହେରା, ଆଦିତ୍ୟ ରଥ, ପାଣ୍ଡଵ ସାହୁ, ରୂପ ଖମାରୀ,ଭୀମସେନ ପରିଡାଙ୍କ ସମେତ ବହୁ କର୍ମୀ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦୁଃସାହାସିକତା କାର୍ଯ୍ୟର ସ୍ମୃତି ଚାରଣ କରିଥିଲେ। ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି ଏବଂ ବିଜୁ ବାବୁଙ୍କୁ କେହି ଚାହିଁଲେ ମଧ୍ୟ ଓଡିଶା ବାସୀଙ୍କ ମନରୁ ଲିଭାଇପାରିବେ ନାହିଁ ବୋଲି ଶ୍ରୀ ବିଶ୍ଵାଳ ମତ ଦେଇଥିଲେ ।