କୋର୍ଟ ହତାରୁ କଏଦୀ ଫେରାର

newyr25

ବାଲେଶ୍ୱର : କୋର୍ଟ ହତା ଭିତରୁ କଏଦୀ ଫେରାର । ବାଲେଶ୍ୱର କଷାଫଳ ମେରାଇନ ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ସେକ୍ ଇସ୍ତାଖାଦ୍ ଚମ୍ପଟ ମାରିଛି । ଅଭିଯୁକ୍ତକୁ ବାଲେଶ୍ଵର ଜେଲରୁ ଅଣାଯାଇଥିଲା । ପାଖାପାଖି ୧.୩୦ ରୁ ୨ ଟା ମଧ୍ୟରେ କୋର୍ଟ ପରିସରରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ସଂପୃକ୍ତ ଅଭିଯୁକ୍ତଙ୍କ ସୁରକ୍ଷା ରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଓ ଅନ୍ୟମନସ୍କର ସୁଯୋଗ ନେଇ ଅଭିଯୁକ୍ତ କୋର୍ଟ ପରିସରରୁ ଫେରାର ହୋଇଯାଇଥିବା କୁହାଯାଉଛି ।

Leave A Reply

Your email address will not be published.