ମାଲକାନଗିରିରେ ଆରମ୍ଭ ହେଲା ସାଇବର ଓ ଅର୍ଥନୈତକ ଅପରାଧ ଥାନା

newyr25

ମାଲକାନଗିରି, ୬।୩ ମାଲକାନଗିରି ଜିଲ୍ଲା ରେ ସାଇବର ଓ ଅର୍ଥନୈତକ ଅପରାଧ ଥାନାର ଉଦ୍ଘାଟନ ହୋଇଯାଇଛି। ସାରା ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଏହି ଥାନାକୁ ଭିଡିଓ କଂଫରେନ୍ସ ଯୋଗେ ଉଦ୍ଘାଟନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ପୁରୁଣା ଥାନାରେ ଏହି ସାଇବର ଥାନାର ଆରମ୍ଭ କରାଯାଇଛି। ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଦେଶର ଗୃହ ମନ୍ତ୍ରୀ ଅମିତ ସାହା, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଓ ଅନ୍ୟମାନେ ଥିବା ବେଳେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ଏହି ସାଇବର ଥାନା ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଏସପି ବିନୋଦ ପାଟିଲ ଏଚ, ଅତିରିକ୍ତ ଏସପି ଡିଆଇବି ରାଜକିଶୋର ଦାସ, ପୌର ପରିଷଦ ଉପଧକ୍ଷା କବିତା ମହନ୍ତଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ସାଇବର ଅପରାଧ ବୃଦ୍ଧି ପାଇଛି, ପୂର୍ବରୁ ସାଧାରଣ ଥାନାରେ ଏହି ମାମଲା ରୁଜ୍ଜୁ ହୋଇ ତଦନ୍ତ ହେଉଥିବା ବେଳେ ଆଗାମୀ ଦିନରେ ସାଇବର ଥାନାରେ ଏହି ମାମଲା ଗୁଡିକ ରୁଜ୍ଜୁ ହୋଇ ଏହାର ସ୍ଵତନ୍ତ୍ର ତଦନ୍ତ କରିବାରେ ଏହି ଥାନା ସହାୟକ ହେବ ବୋଲି ଏସପି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.