ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ : ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

newyr25

ବାଲିଗୁଡା : ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର ଠାରୁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିବସରେ ସନ୍ଧ୍ୟା ସୁଦ୍ଧା ସଭାପତି ପଦବୀ ନିମନ୍ତେ ଲମ୍ବୋଦର ପଣ୍ଡା , ଉପସଭାପତି ପଦବୀ ନିମନ୍ତେ ରାମଚନ୍ଦ୍ର ସିଂ ପାତ୍ର , ସମ୍ପାଦକ ପଦବୀ ନିମନ୍ତେ ଅନିଲ କୁମାର ଦାସ, ସହ ସମ୍ପାଦକ ପଦବୀ ନିମନ୍ତେ ନୀଳାଦ୍ରି କେଶରୀ ସାହାଣୀ, ଏବଂ କୋଷାଧକ୍ଷ ପଦବୀ ନିମନ୍ତେ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟ ସୀମା ସୋମବାର ଅପରାହ୍ନ ୩ ଟା ଯାଏ ରହିଛି। ଆସନ୍ତା ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ଯୋଗ୍ୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶିତ ହେବ। କୌଣସି ପ୍ରାର୍ଥୀ ଚାହିଁଲେ ଶୁକ୍ରବାର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ଶନିବାର ପ୍ରକାଶ ପାଇବ। ଆସନ୍ତା ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି।

Leave A Reply

Your email address will not be published.