
ରାଉରକେଲା: ଘେରାବନ୍ଦୀରେ କୋଟିଏ ଟଙ୍କିଆ ଟପ୍ ମାଓବାଦୀ । ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍ । ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ । ଚାଲିଛି ଭୀଷଣ ଗୁଳି ବିନିମୟ । ଟପ୍ ମାଓ ନେତା ମିସିର ବେସରା ସହ ତାର ୪୧ ଜଣିଆ ଟିମ କୁ ଟାର୍ଗେଟ କରିଛି ସୁରକ୍ଷା ବାହିନୀ ।
ଘେରାବନ୍ଦୀରେ ଅଛନ୍ତି ମିସିର୍ ବେସରା ଟିମ୍ । ମିସିର ବେସରା ନାଁରେ ରହିଛି ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ବେସରା ଓ ତାର ଟିମ୍ ସରଣ୍ଡାରେ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ଠୋସ୍ ଗୁଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ମିଳିତ ସୁରକ୍ଷା ବାହିନୀ ।