
କଟକ : ଓଡିଶା ଜନତା କଂଗ୍ରେସ ହେବ ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ । ଦଳର ନାଁ ‘ଓଡିଶା ଜନତା କଂଗ୍ରେସ ‘ ହେଉଥିବା ବେଳେ ଦଳୀୟ ପତାକାର ଚିତ୍ର ସାମ୍ନାକୁ ଆଣିଛନ୍ତି ମହମ୍ମଦ ମୋକିମ । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସଵୁଜ ସଙ୍କେତ ମିଳିଥିବା ସ୍ପଷ୍ଟ କରିଛନ୍ତି ମହମ୍ମଦ ମୋକିମ୍ । ଆସନ୍ତା ଏପ୍ରିଲ ୮ ତାରିଖରେ ଭୁବନେଶ୍ୱରରେ ଦଳର ବିଧିବଦ୍ଧ ଗଠନ ହେବ ।