ପୁତ୍ର ସନ୍ତାନ ଜନ୍ମ କଲେ ନବମ ଶ୍ରେଣୀ ଛାତ୍ରୀ, ଥାନାରେ ମାମଲା…

newyr25

କନ୍ଧମାଳ : କନ୍ଧମାଳରେ ଲଜ୍ଜା ।  ପୁତ୍ର ସନ୍ତାନ ଜନ୍ମ କଲେ ଜଣେ ନବମ ଶ୍ରେଣୀ ଛାତ୍ରୀ ।  ହଷ୍ଟେଲରେ ରହୁଥିବା ଜଣେ ଅନ୍ତେବାସୀ ଶିଶୁପୁତ୍ର ଜନ୍ମ କରିଛନ୍ତି । କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ବ୍ଳକ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସ ଆଶ୍ରମରେ ଘଟିଛି ଘଟଣା । ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପଢ଼ୁଥିଲେ । ପୂର୍ବ ଛୁଟିରେ ଘରକୁ ଯାଇଥିଲେ । ଛୁଟି ପରେ ପୁଣି ହଷ୍ଟେଲକୁ ଆସିଥିଲେ ।

ଗତ ମାସରେ ଛାତ୍ରୀ ଜଣଙ୍କ ୮ ମାସର ଗର୍ଭବତୀ ଥିବା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ପରିବାର ଲୋକ ଗୋଛାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ମାର୍ଚ୍ଚ ୧ ତାରିଖରେ ଶିଶୁପୁତ୍ର ଜନ୍ମ କରିଛନ୍ତି ଛାତ୍ରୀ । ଅନ୍ୟପଟେ ଘଟଣା ଜଣାପଡ଼ିବା ପରେ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି ପ୍ରଧାନଶିକ୍ଷକ । ବର୍ତ୍ତମାନ ସୁଧା କାହାକୁ ଗିରଫ କରାଯାଇନାହିଁ ।  ତେବେ ଆଠମାସ ପର୍ଯ୍ୟନ୍ତ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା କିଭଳି ସ୍କୁଲ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ  ?

Leave A Reply

Your email address will not be published.