ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ : ମନ୍ଦିର ରାସ୍ତାରେ ଆମିଷ ବିକ୍ରୟ ନିଷେଧ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ସ୍ଵର୍ଣ୍ଣ କଳସ କ୍ଷେତ୍ର ଶ୍ରୀ ରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋକନାଥ ସାହୁ, ତହସିଲଦାର ଡ.ମାନସ ରଂଜନ ଭୋଇ, ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିପ୍ତିକାନ୍ତ ପ୍ରଧାନ, ବିଡ଼ିଓ ପ୍ରୀତିବାଳା ରଣା, ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ସତ୍ୟ ନାରାୟଣ ବାରିକ, ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ା. ନିଲାଞ୍ଜନ ଦାସ, ନୟାଗଡ଼ ଜିଲ୍ଲା ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସେବକ ସୁଆର ପରିଷଦ, ପୂଜକ ପରିଷଦ ଏବଂ ଓଡ଼ଗାଁ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମାନଙ୍କ ସହିତ ଆଲୋଚନା କରି ମନ୍ଦିର ପ୍ରଶାସନ ତରଫରୁ ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଚଳିତ ମାର୍ଚ୍ଚ ମାସ ୨୭ ତାରିଖ ଶୁକ୍ରବାର ଠାରୁ ଅପ୍ରେଲ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଯାତ୍ରାର ଗୁରୁବାର କୁ ଛାଡ଼ି କ୍ରମ ଅନୁଯାୟୀ ୨୭ ତାରିଖରେ ଜନ୍ମ ନାରାୟଣ ବେଶ, ୨୮ ତାରିଖରେ ତାଡକା ବଦ୍ଧ, ୨୯ ତାରିଖରେ ଅହଲ୍ୟା ଉଦ୍ଧାରଣ ବେଶ, ୩୦ ତାରିଖରେ ଗଙ୍ଗାପାର ବେଶ, ୩୧ ତାରିଖରେ ଧନୁଭଗ୍ନ ବେଶ ବା ସୀତା ବିବାହ ବେଶ, ଅପ୍ରେଲ ୧ ତାରିଖରେ ବନବାସ ବେଶ, ୨ତାରିଖ ଗୁରୁବାର ପଡୁଥିବାରୁ ଏହିଦିନ ସାଧାରଣ ଦର୍ଶନ ସେହିପରି ୩ ତାରିଖ ସନ୍ଧ୍ୟାରେ ଚିତ୍ରକୁଟ ବେଶ, ୪ ତାରିଖରେ ଅଷ୍ଟବଧାନ ବେଶ, ୫ତାରିଖରେ ଯୁଦ୍ଧଯାତ୍ରା ବେଶ, ୬ ତାରିଖ ଅଭିଷେକ ସଂଧ୍ୟାବେଶ ସହିତ ୭ ତାରିଖରେ ଠାକୁର ପାଣି ଖେଳ କରିବେ । ତେବେ ଯାତ୍ରୀ ଦର୍ଶନ, ପରିମଳ, ପାନୀୟ ଜଳ ଯୋଗାଣ, ଆଲୋକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ସୂଚନା ଓ ଲୋକସମ୍ପର୍କ, ପ୍ରଚାର ଓ ପ୍ରସାର ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ଆକସ୍ମିକ ଦୁର୍ଘଟଣା, ଅଶୁ ଚିକିତ୍ସା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତଙ୍କର ପରାମର୍ଶ କ୍ରମେ ହନୁମାନ ଛକ ଠାରୁ ରଘୁନାଥ ମନ୍ଦିର ରାସ୍ତାର ପାର୍ଶ୍ଵରେ ଆମିଷ ବିକ୍ରୟ ନିଷେଧ ନେଇ ବୈଠକରେ ନିଷ୍ପତି ହୋଇଅଛି ।

ad-week
Leave A Reply

Your email address will not be published.