ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା : ରଘୁନାଥ କବାଡି ଏକାଡେମୀ ଚମ୍ପିୟାନ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଓଡ଼ଗାଁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଅଛି ।ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟ ତଥା ଫାଇନାଲ ମ୍ୟାଚରେ ରଘୁନାଥ କବାଡି ଏକାଡେମୀ ସହିତ କବାଡି ୱାରିଆର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ମ୍ୟାଚରେ କବାଡି ୱାରିଅରକୁ ହରାଇ ରଘୁନାଥ କବାଡି ଏକାଡେମୀ ବିଜୟ ହାସଲ କରି ଚମ୍ପିୟାନ ହୋଇଥିଲା।ବିଶ୍ବହିନ୍ଦୁ ପରିଷଦର ସଂଯୋଜକ ନିତ୍ୟାନନ୍ଦ ଚଂପତି , ଓଡ଼ଗାଁ ପ୍ରଖଣ୍ଡ ସହ ସଂଯୋଜକ ସତ୍ୟଜିତ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଶ୍ୱଜିତ୍ ସାହୁ ଏବଂ ଦେବିପ୍ରସାଦ ମ୍ୟାଚ୍ ପରିଚାଳନା କରିଥିଲେ । ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ad-week
Leave A Reply

Your email address will not be published.