ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ରଙ୍କୁ ଜୟଦେବ ଭବନରେ ସମ୍ବର୍ଦ୍ଧନା

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ପାତ୍ରଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ତାଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି ।ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୭ ଜଣ ମହିଳା ସରପଞ୍ଚ ଙ୍କ ମଧ୍ୟରେ ସସ୍ମିତା ପାତ୍ର ଥିଲେ ଅନ୍ୟତମ ।ମହିଳା ସଶକ୍ତିକରଣ, ବାଲ୍ୟ ବିବାହ ନିରୋଧ, ଶିଶୁ ଶ୍ରମିକ ନିରୋଧ, ନିଶାମୁକ୍ତ ସମାଜ ଗଠନ, ବୃକ୍ଷ ରୋପଣ, କୈଶୋରି ମାନଙ୍କ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ବେଟି ପଢ଼ାଓ ବେଟି ବାଚାଓ ଭଳି ସଚେତନତା ବାର୍ତ୍ତା ଦେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିବାରୁ ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଚେୟାରମ୍ୟାନ ପୂର୍ଣେନ୍ଦୁ ମିଶ୍ର , ପ୍ରତିଷ୍ଠିତ କବୟିତ୍ରୀ ଏବଂ ଲେଖିକା ସୁଜାତା ପ୍ରହରାଜ, ସୂଚନା ଓ ଲୋକସମ୍ପର୍କ ଡେପୁଟି ଡାଇରେକ୍ଟର ଦିପ୍ତିମୟୀ ମହାପାତ୍ର ମାନପତ୍ର ସହିତ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ହୋଇଥିଲେ।

ad-week
Leave A Reply

Your email address will not be published.