
ବାଲିଗୁଡା (୦୮/୦୩) : ମାର୍ଚ୍ଚ ଆଠ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହାର୍ଟ ର ସମ୍ପାଦକ ପ୍ରମୋଦ କୁମାର ଦାସଙ୍କ ନେତୃତ୍ବ ରେ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲିଙ୍ଗ ସମାନତା, ବାଲ୍ୟ ବିବାହ, ଅନ୍ଧବିଶ୍ବାସକୁ ସଂସ୍କାର ରୋକିବାକୁ ବାଲିଗୁଡାର କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଜନ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ l