
ରାୟଗଡ଼ା : ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ପରିଚାଳିତ ଅଲ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଙ୍ଘ ପକ୍ଷରୁ ଆଜି ଏକ ବୈଠକ ସ୍ଥାନୀୟ ଠକର ବାପା ଆଶ୍ରମ ଠାରେ ଅନଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଙ୍ଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରେମ କୁମାର ପଟ୍ଟନାୟକ ଯୋଗ ଦେଇ ରାୟଗଡା ଜିଲ୍ଲାରେ ଠିକା ସଂସ୍ଥା ( Outsourcing ) ଦ୍ଵାରା କାର୍ଯ୍ୟରତ ସେକ୍ୟୁରିଟୀ, ଡାଟା ଏଣ୍ଟ୍ରି , ଏଟେଣ୍ଡର , ସଫେଇ ଓ ହାଉସ କିପିଙ୍ଗ୍ କର୍ମଚାରୀ ମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାର କୌଣସି ସମାଧାନ ହୋଇପାରିଲାନାହିଁ । ତେଣୁ ଦାବି ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରି ସମାଧାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟତ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା , ଇପିଏଫ ଏବଂ ଇଏସଆଇ ପ୍ରତ୍ୟେକ ମାସରେ ଜମା କରିବା । ପ୍ରତି ମାସରେ ଠିକ ସମୟରେ ଦରମା ଦେବା । ଦରମା ଦୁଇ ମାସ, ତିନି ମାସ, ଆଉ କିଛି ଚାରି ମାସକୁ ଥରେ ଅଲଗା ଅଲଗା ଦରମା ନଦେଇ ଠିକ୍ ସମୟରେ ସମସ୍ତଙ୍କୁ ଏକାଥରେ ଦରମା ଦେବା । ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା । ବର୍ଷକୁ ୨ ହଳ ୟୁନିଫର୍ମ ପ୍ରଦାନ, ପୂର୍ବତନ ଏଜେନ୍ସୀର ବକେୟା ୨ ମାସ ର ଦରମା ପ୍ରଦାନ,ବିଶ୍ରାମ ଗୃହ ଯୋଗାଇ ଦେବା । ସୁରକ୍ଷା ପାଇଁ ସ୍ଵାସ୍ଥ୍ୟ ଏବଂ ଜିବନ ବିମା ଯୋଗାଇ ଦେବା ଉପରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଠିକା ସଂସ୍ଥା ଦ୍ଵାରା କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସୁରେଶ ଚନ୍ଦ୍ର ସାହୁ ,ମଳିକ ରାଓ ମଣ୍ଡଙ୍ଗି, ଗୋବିନ୍ଦ କଣ୍ଡାଗିରୀ, କାହ୍ନୁ ଲାବଲା, ମନୋରଞ୍ଜନ ହିମରିକା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।