
ଶ୍ରୀନଗର : ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ(ରିଟାୟର୍ଡ) ହେଲିକପ୍ଟରର ଜରୁରୀ ଅବତରଣ । ହେଲିକ୍ପଟରର ବୈଷୟିକ ତ୍ରୁଟି ଯୋଗୁଁ ଶ୍ରୀନଗର ଜିବିକେ ହେଲିପ୍ୟାଡରେ ଜରୁରୀ ଅବତରଣ କରିଛି । ପୋଲିସ ସୂଚନା ଅନୁସାରେ, ହେଲିକପ୍ଟରରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ୟା ଆସିଛି । ରାଜ୍ୟପାଳଙ୍କ ହେଲିକପ୍ଟର ଜିବିକେ ହେଲିପ୍ୟାଡରେ ଅବତରଣ କରିବା ପରେ ଶ୍ରୀନଗର ସ୍ଥିତ ପୋଲିସ ଗେଷ୍ଟ ହାଉସକୁ ରାଜ୍ୟପାଳକୁ ନିଆଯାଇଛି ।
ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ହେଲିକପ୍ଟରରେ ଲକ୍ଷ୍ନୌରୁ କୌଶାମ୍ବୀ ଯାଉଥିଲେ । ଏହି ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଥିବାର ଜଣାପଡିଥିଲା । ସୁରକ୍ଷାକୁ ଦେଖି ଲକ୍ଷ୍ନୌ ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ତେବେ ହେଲିକପ୍ଟର ଜରୁରୀ ଅବତରଣ ପରେ ଏହାର କ୍ୟାବିନରେ ଧୂଆଁ ଧୂଆଁ ଦେଖିବାକୁ ମିଳିଥିଲା ।