ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଘରୋଇ ହସ୍ପିଟାଲରେ ଉତ୍ତେଜନା

newyr25

କଟକ: ଜଲାରପୁର ଗାଁର ଜ୍ୟୋତିରଞ୍ଜନ ବାରିକଙ୍କ ପତ୍ନୀ ଚନ୍ଦ୍ରକାନ୍ତାଙ୍କର ଗଲ୍ ବ୍ଲାଡରରେ ଷ୍ଟୋନ ଅପରେସନ ପାଇଁ ଭର୍ତ୍ତି କରାଯାଇଥିଲା । ଅପରେସନ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।ନ୍ତୁ ନିଆଳି ସ୍ଥିତ ହସ୍ପିଟାଲରେ ଚିକିତ୍ସାରେ ତ୍ରୁଟି ଓ ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ।

ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବି କରିଥିଲେ । ହସ୍ପିଟାଲରେ ଲାଗିଥିବା ଡିଜି ସେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ । ନିଆଳି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ନିଆଳି ପୋଲିସ ଓ କଟକ ଗ୍ରାମାଞ୍ଚଳ ଏସପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ବିଳମ୍ବିତ ରାତିରେ ଲୋକମାନେ ପ୍ରତିବାଦରୁ ଉଠିଥିଲେ । ଆଜି ପୋଲିସ ଉପସ୍ଥିତିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ହେବ ।

Leave A Reply

Your email address will not be published.