ରେଢାଖୋଲ ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ

add-all

ରେଢାଖୋଲ: ଜଳୁଛି ଜଙ୍ଗଲ। ରେଢାଖୋଲ ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ । ହୁ ହୁ ହୋଇ ଜଳୁଛି ଜଙ୍ଗଲ । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଜୀବଜନ୍ତୁ ମଧ୍ଯ ଅକାରଣେ ମୃତ୍ଯୁବରଣ କରୁଛନ୍ତି । ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର, ଚାରମାଳ, ବଡମାଳରେଞ୍ଜ, ନାକଟିଦେଉଳ,  ବଡବାହାଳ  ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଲାଗିଛି  ନିଆଁ | ନିଆଁର ପ୍ରକୋପ  ଏତେ  ଜୋରରେ  ଥିଲା  ଯେ  ବନବିଭାଗ  ଆୟତ୍ତ  କରିବାକୁ  ନାକେଦମ  ହୋଇପଡିଥିଲା । ଖରାଦିନ ଆସିନଥିବାବେଳେ ଏବେଠୁ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଛି । ଗତକାଲି ସେହିଭଳି, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ ଭୟ ।  ନିଆଁ ଆୟତ୍ତ କରିବା ପାଇଁ ନାକେଦମ ହେଲେଣି ବନବିଭାଗ କର୍ମଚାରୀ ।  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅଧିନ ଟାକରା ଫରେଷ୍ଟ ସେକ୍ସନର ବିଭିନ୍ନ ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ଦିନରାତି ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରି ନିଆଁ ଆୟତ୍ତ କରିବାରେ ଲାଗି ପଡିଛନ୍ତି ସ୍ଥାନୀୟ ବନ କର୍ମଚାରୀ ।  ଏହାସହ ଗାଁକୁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ନିଜର ଉଦ୍ୟମ ଜାରି ରଖିଛନ୍ତି ଟାକରା ବନପାଳ ରାକେଶ କୁମାର ସାହୁ ।

nis-ad
Leave A Reply

Your email address will not be published.