ପାରିବାରିକ କଳହରୁ ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା

add-all

ଦେବଗଡ଼ : ଦେବଗଡ଼ରେ ଟ୍ରିପଲ ମର୍ଡର ।  ପାରିବାରିକ କଳହର ଉଗ୍ର ରୂପ ।  ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହତ୍ୟା ।  ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ।  ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଟ୍ରିପଲ ମର୍ଡର ।  ନିର୍ମମ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ବଶୁର ଫେରାର ହୋଇଯାଇଛି। ଖବର ପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଗତକାଲି ରାତି ୧୧.୩୦ଟା ବେଳେ ରମେଶ ଗରିଆ ନିଜ ସ୍ତ୍ରୀ ଗୁଲ୍ ଗରିଆଙ୍କ ସହ କଳହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗୁଲ ଗରିଆ ନିଜକୁ ବଞ୍ଚାଇବା ପାଇଁ ବୋହୂ ପାଖକୁ ଚାଲିଯାଇଥିଲା । ତାପରେ ରମେଶ ଏକ ହାତୁଡି ଦ୍ଵାରା ନିଜ ସ୍ତ୍ରୀ , ବୋହୂଙ୍କୁ ଆକ୍ରମଣ କରି ମାରିବା ପରେ ନିଜ ନାତୁଣୀ ଇଶାନିକୁ ଆକ୍ରମଣ କରି ମାରି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଘଟଣା ପରେ ଅଭିଯୁକ୍ତଙ୍କ ପୁଅ ଧିରେନ୍ ଗରିଆ ଘରକୁ ଫେରି ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.