ବିରୂପା ବ୍ୟାରେଜରୁ ଦୁଇ ମୃତଦେହ ଉଦ୍ଧାର

newyr25

କଟକ  : ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବଙ୍କର ମୃତ ଦେହ ଭାସୁଥିବା ଦେଖିବା ପାଇଁ ମିଳିଛି । ଯୁବକ ଦୁଇ ଜଣ ହେଲେ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ତାଙ୍କର ଏକ ମଟର ସାଇକେଲ ବିରୂପା ବ୍ୟରେଜ୍ ନିକଟରୁ ଠାବ କରାଯାଇଥିଲା ।

ଆଜି ତାଙ୍କ ମୃତ୍ୟୁ ଦେହ ବ୍ୟରେଜ ନିକଟରେ ଭାସୁ ଥିବାର ଦେଖି ମତ୍ସ୍ୟଜୀବୀ ମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ଅଗ୍ନିଶମ ସହାୟତା ରେ ଦୁଇ ମୃତ୍ୟୁ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ଦୁଇ ଭାଇ ଏହିଭଳି ଚରମ ନିଷ୍ପତି କାହିଁକି ନେଲେ ତାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Leave A Reply

Your email address will not be published.