
ବ୍ରହ୍ମପୁର : ପୋଲିସକୁ ନାହିଁ ଭୟ । ଦିନ ଦିପହରରେ ବୁଲୁଚି ଖଣ୍ଡା । ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରେ ପୁଣି ବୁଲିଲା ଖଣ୍ଡା । ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ବଡ଼ବଜାର ଥାନା ଗଙ୍ଗାଧରନଗରରେ ଘଟିଛି ଅଘଟଣ । ଆହତ ଯୁବକ ହେଲେ ବାଲଜୀପେଣ୍ଠ ସାହିର ସୂର୍ଯ୍ୟ ନାରାୟଣ । ସେ ଗଙ୍ଗାଧରନଗରକୁ ଯାଇଥିବା ବେଳେ ସେଠାରେ କିଛି ଦୁବୃର୍ତ୍ତ ତାଙ୍କ ସହ ଝଗଡ଼ା କରିଥିଲେ ।
ସୂର୍ଯ୍ୟ ଏହାକୁ ପ୍ରତିବାଦ କରିବାରୁ ଦୁବୃର୍ତ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ସୂର୍ଯ୍ୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଦୁବୃର୍ତ୍ତମାନେ ହାଣି ପକାଇଥିଲେ । ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଛି । ବଡ଼ବଜାର ଥାନା ପୋଲିସ ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୂର୍ଯ୍ୟଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ।