ଘୋଡ଼ା ବେପାର ଭୟରେ ଭୁବନେଶ୍ବର ଛାଡିଲେ କଂଗ୍ରେସର ୯ ବିଧାୟକ

newyr25

ଭୁବନେଶ୍ୱର : ରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ ।  ରାଜ୍ୟସଭାରେ ଘୋଡ଼ା ବେପାର ଭୟରୁ ଦୂରେଇ ରହିବାକୁ କଂଗ୍ରେସର ବଡ଼ ରଣନୀତି ।  ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ।  ବେଙ୍ଗାଳୁରୁ ଗଲେ କଂଗ୍ରେସର ୯ ଜଣ ବିଧାୟକ ।  ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଣ୍ଟା, ରାଜନ ଏକ୍କା, କାଡ୍ରାକ ଆପୋଲ୍ ସ୍ବାମୀ ପ୍ରମୁଖ ବିଧାୟକ ବେଙ୍ଗାଳୁରୁ ଯାଇଥିବା ସୂଚନା ମିଳିଛି ।  ବେଙ୍ଗାଳୁରୁର ଏକ ହୋଟେଲ ରହିଥିବା ସୂଚନା ମିଳିଛି ।

ଆଜି ଦିଲ୍ଲୀ ଯାଇପାରନ୍ତି ଆଉ ୫ ଜଣ ବିଧାୟକ ।  ଗତକାଲି ମଧ୍ୟାହ୍ନରେ କଂଗ୍ରେସର କିଛି ବିଧାୟକଙ୍କୁ ନେଇ ବଡ଼ ବୈଠକ କରିଥିଲେ ପିସିସି ସଭାପତି ଭକ୍ତ ଦାସ  ।  ବୈଠକ ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।  ବେଙ୍ଗାଳୁରୁ ଯାଇଥିବା ବିଧାୟକମାନେ ସେମାନଙ୍କ ପୁରୁଣା ଫୋନ୍ ଛାଡି ଯାଇଛନ୍ତି ।  ନୂଆ ଯୋଗାଯୋଗ ପାଇଁ ସମସ୍ତଙ୍କୁ ଆଇଫୋନ ଓ ଇ-ସିମ୍ ଯୋଗାଇ ଦିଆଯାଇଛି ।

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ପାଇଁ ପଡିବ ଭୋଟ ।  ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା କହିଲେ, କଂଗ୍ରେସ ବିଧାୟକଙ୍କୁ ଏକ ରଖିବାକୁ ପ୍ରୟାସ କରାଯାଇଛି ।  ପ୍ରଲୋଭନ ଦେଖାଇ ଭୋଟ ନେବାକୁ ବିଜେପି ଚେଷ୍ଟା କରୁଛି ।  କଂଗ୍ରେସ ବିଧାୟକ ଏକଜୁଟ ଅଛନ୍ତି ।  ଯେଉଁମାନେ ଓଡ଼ିଶାରେ ଅଛନ୍ତି, ସେମାନେ କ୍ରସ ଭୋଟିଙ୍ଗ କରିବେ ନାହିଁ ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ ।

Leave A Reply

Your email address will not be published.