ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ

add-all

ମାଲକାନଗିରି, : ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶୁକ୍ରବାର ପ୍ରଥମେଶ ଅରବିନ୍ଦ ରାଜସିର୍କେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମର କମିଶନର ଥିଲେ। ମାଲକାନଗିରି ଜିଲ୍ଲା ରେ ଶିକ୍ଷା, ସ୍ଵାସ୍ଥ୍ୟ ସହ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଆଗେଇ ନେବାକୁ ନିରନ୍ତର ପ୍ରୟାସ କରିବେ ବୋଲି ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାର ଅପରୂପ ସୌନ୍ଦର୍ଯ୍ୟର ବିକାଶ କରି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ କରିବେ ବୋଲି ମଧ୍ଯ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।ଗରିବ, ନିଷ୍ପେସିତ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ଓ ସେମାନଙ୍କର ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ଜିଲ୍ଲାର ସାମଗ୍ରିକ ବିକାଶ ଜନସାଧାରଣଙ୍କ ସହଯୋଗରେ ଆଗକୁ ‌ନେବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

ଜିଲ୍ଲାପାଳ ଶ୍ରୀ ରାଜସିର୍କେଙ୍କ ଯୋଗଦାନ ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ଯମର ପ୍ରତିନିଧିମାନେ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କୁ ସ୍ବାଗତ ଓ ଅଭିନନ୍ଦନ ଜଣାଇଥିଲେ।

ad-week
Leave A Reply

Your email address will not be published.