ଜମି ପାଇଁ ମାଆ ଓ ବଡ଼ଭାଇକୁ ହତ୍ୟା

newyr25

ସାଲେପୁର : ସାଲେପୁରରେ ଡବର ମର୍ଡର ।  ଘରୋଇ କଳିକୁ ନେଇ ମାଆ ଓ ବଡ଼ଭାଇକୁ ହତ୍ୟା ।  ସାନ ଭାଇ ଆକ୍ରମଣରେ ମାଆ ଓ ବଡ଼ଭାଇ ମୃତ ।  କଟକ ଜିଲ୍ଲା ସାଲେପୁର ଥାନା ଫୋଗଳରେ ବୀଭତ୍ସ ହତ୍ୟା । ଅଭିଯୁକ୍ତ ସାନପୁଅ ସେକ୍ ପପୁ ଗିରଫ । ପୂର୍ବରୁ ଜମି ବାଡ଼ି ବିବାଦକୁ ନେଇ ପାରିବାରିକ କଳହ ଲାଗି ରହୁଥିଲା ।  ମୃତକ ହେଲେ ବଡ଼ ଭାଇ ସେକ ସମସେର ଓ ମାଆ କୁଲଷୁମ ବିବି ।

ମୃତ ବଡ଼ ଭାଇ ପୁଅ ଆଣିଲେ ଅଭିଯୋଗ – କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ପଞ୍ଚାୟତ ଫୋଗଳ ଗ୍ରାମର ଅନୱର ଅଲ୍ଲୀଙ୍କ ସାନ ପୁଅ ସେକ ପପୁ ଙ୍କ ଆକ୍ରମଣରେ ବଡ଼ ଭାଇ ସେକ ସମସେର ଓ ମା କୁଲଷୁମ ବିବି ( ବୟସ 80 ) ଙ୍କ ମୃତ୍ଯୁ ହୋଇଛି । ପୂର୍ବରୁ ଜମି ବାଡ଼ି ବିବାଦ କୁ ନେଇ ପାରିବାରିକ କଳହ ଲାଗି ରହୁଥିଲା  । ଯାହା ଫଳରେ ଦିବ୍ୟାଙ୍ଗ ସାନ ପୁଅ ଓ ବାପା ମିଶି ଫାଉଡ଼ା ଓ ସିଲିଣ୍ଡର ଫୋପାଡ଼ି ବଡ଼ ପୁଅ ଓ ମା କୁ ମାରିଦେଇଛନ୍ତି ବୋଲି ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି ବଡ଼ ଭାଇର ପୁଅ ।

Leave A Reply

Your email address will not be published.