ଦୁଇ ବାଇକ ମୁହାଁମୁହିଁ ଧକ୍କା; ତିନିଜଣ ଗୁରୁତର ଆହତ..

newyr25

ସାମ୍ବାଦିକଙ୍କ ତତ୍ପରତାରେ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି

ଜାମ୍ବାହାଲ (ସୁନ୍ଦରଗଡ଼): ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଜାମ୍ବାହାଲ-ଡ଼ଙ୍ଗାବନ୍ଦ ରାସ୍ତା ମୁହାଁଣୀରେ ଆଜି ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣ ବାଇକ ଆରୋହୀ ଗୁରୁତର ଭାବରେ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, OD-16 G 6045 ନମ୍ବରର ଏକ ବାଇକ ଏବଂ OR-14 Y 0587 ନମ୍ବରର ଅନ୍ୟ ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ପ୍ରବଳ ଧକ୍କାରେ ଉଭୟ ବାଇକର ଆରୋହୀମାନେ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଭାବରେ ଆହତ ହୋଇଥିଲେ।

ଆହତମାନଙ୍କ ମଧ୍ୟରେ ବିରମିତ୍ରପୁର ଥାନା ଅଞ୍ଚଳର ବିକାଶ ତୋନ୍ତି ଏବଂ ଜାମ୍ବାହାଲ ପଞ୍ଚାୟତ ଅଞ୍ଚଳର କିଶୋର ତୀର୍କୀ ଓ କ୍ରିଷ୍ଣା ଭଗତ ରହିଥିବା ଜଣାପଡ଼ିଛି।

ସାମ୍ବାଦିକଙ୍କ ତତ୍ପରତା ପ୍ରଶଂସନୀୟ

ଦୁର୍ଘଟଣା ସମୟରେ ସ୍ଥାନୀୟ ନିସର୍ତ୍ତ ପେପରର ସାମ୍ବାଦିକ ଅବଦୁଲ ସୋହାଭ ନ୍ୟୁଜ ସଂଗ୍ରହ କରିବାକୁ ସେହି ରାସ୍ତାଦେଇ ଯାଉଥିଲେ। ଦୁର୍ଘଟଣା ଦେଖି ସେ ସଙ୍ଗେ ସଙ୍ଗେ ନିଜ କାର୍ ଅଟକାଇ ଗୁରୁତର ଆହତ ତିନିଜଣଙ୍କୁ କାରରେ ବସାଇ ଜାମ୍ବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ତାଙ୍କର ଏହି ମାନବିକ ତତ୍ପରତା ପ୍ରଶଂସନୀୟ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.