
ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ରଥଯାତ୍ରା ସହ ଜଡ଼ିତ ସବୁ ବିଭାଗ ନିଜର କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ସବୁ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ । ଡେଡ୍ ଲାଇନ୍ ଅବଧି ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଏହା ସହ ପୂର୍ବ ବର୍ଷର ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ରହିଛି । ରଥଯାତ୍ରା ସମୟରେ ପୁରୀକୁ ସ୍ବଛ ଓ ସୁନ୍ଦର ରଖିବା ସମସ୍ତଙ୍କ ସାମୁହିକ ଦାୟିତ୍ୱ । ସବୁ ବିଭାଗ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସେବା ମନୋଭାବ ନେଇ ଅନୂପାଳନ ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବୈଠକରେ ଏସପି ପ୍ରତୀକ ସିଂହଙ୍କ ସବୁ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।