
ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ଜୀବନ ହାରିବା ଉଦ୍ୟମ । ହତ୍ୟା ଅଭିଯୁକ୍ତ ରମେଶ ଗରିଆ ଗାଁ ପାଣି ଟାଙ୍କି ଉପରେ ବିଷପାନ କରି ଜୀବନ ହରିବାକୁ ଉଦ୍ୟମ କରିଛନ୍ତି । ଉଦ୍ଧାର ପରେ ତାଙ୍କୁ ପ୍ରଥମେ କୁଣ୍ଢେଇଗୋଳା ଡାକ୍ତରଖାନାରେ ଭର୍ତ୍ତି ପରେ ବୁର୍ଲା ଭୀମସାର ସ୍ଥାନାନ୍ତର କରାଯାଇଛି ।
ଆଜି ସକାଳେ ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଗ୍ରାମବାସୀ ଠାବ କରିଥିଲେ । ପରେ ପୋଲିସ ପହଞ୍ଚି ରମେଶକୁ ଉଦ୍ଧାର କରିଥିଲା । ଗତ ବୁଧବାର ଦିନ ୩ ଜଣଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଘରୋଇ କଳହରୁ ଅଭିଯୁକ୍ତ ରମେଶ ଗରିଆ ହାତୁଡ଼ିରେ ପିଟି ପିଟି ସ୍ତ୍ରୀ କୁହ୍ଲ ଗରିଆ, ବୋହୂ ଲିପି ମହାକୁଳ ଓ ଚାରି ବର୍ଷର ନାତୁଣୀ ଗାୟତ୍ରୀଙ୍କୁ ହତ୍ୟା କରିଥିଲା । ଏହି ଜଘନ୍ୟକାଣ୍ଡ ପରେ ସେ ଫେରାର ହୋଇଯାଇଥିଲା ।