ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ବେଳେ ଯୁବକଙ୍କୁ ବାନ୍ଧିଲା ପୋଲିସ

newyr25

ବାଲେଶ୍ବର: ବନ୍ଧା ହେଲା ନକଲି ପୋଲିସ । ପୋଲିସ ପରିଚୟ ଦେଇ ଟ୍ରକରୁ ଚାନ୍ଦା ମାଗୁଥିବା ନକଲି ପୋଲିସକୁ ବାନ୍ଧିଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖଇରା ଅଂଚଳରେ ନକଲି ପୋଲିସ କର୍ମଚାରୀ ଗିରଫ ।  ଗିରଫ ଯୁବକ ହେଲେ ବାଲେଶ୍ବର ଖଇରା ଥାନା ଅର୍ଜୁନପୁର ଗାଁର ମିହିରରଂଜନ ଦାସ । ସୋର ଥାନା ଅନ୍ତର୍ଗତ ଅନନ୍ତପୁର ଗ୍ରାମର ଅଜୟ ପଣ୍ଡାଙ୍କର ଟ୍ରକ କୁପାରୀ ଅଂଚଳରୁ ଚିପ୍ସ ନେଇ ସୋରକୁ ଆସୁଥିବା ବେଳେ ତୋରାଣିପଦା ଛକ ନିକଟରେ ୪ ଜଣ ଯୁବକ ଟ୍ରକକୁ ଅଟକାଇ ପୋଲିସ କର୍ମଚାରୀ କହି କାଗଜପତ୍ର ଯାଞ୍ଚ କରିବା ସହିତ ଟଙ୍କା ମାଗିଥିଲେ ।

ବାଧ୍ୟ ହୋଇ ଅଜୟ ଏକ ଫୋନ ପେ ନମ୍ବରକୁ ୩ ହଜାର ଟଙ୍କା ମଧ୍ୟ ଦେଇଥିଲେ । ପରେ ଜାଣିବାକୁ ପାଇଥିଲେ ଟ୍ରକ ଅଟକାଇ ଥିବା ଯୁବକ ମାନେ କୌଣସି ପୋଲିସ କର୍ମଚାରୀ ନୁହନ୍ତି l ପରେ ଅଜୟ ଖଇରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖଇରା ଆଇଆଇସି ଜନ ପଟ୍ଟନାୟକ ତଦନ୍ତ କରି ଅର୍ଜୁନପୁର ଗ୍ରାମର ମହି ରଞ୍ଜନ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।

Leave A Reply

Your email address will not be published.