ବଲାଙ୍ଗିର ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

add-all

ବଲାଙ୍ଗିର: ପୁଣି କଏଦୀ ମୃତ୍ୟୁ । ବଲାଙ୍ଗିର ଜେଲ ଭିତରେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ କଏଦୀ ବଲାଙ୍ଗିର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ ଓରଫ ଗୋପାଳ । ୨୦୨୧ ମସିହାରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲେ ଗୋପାଳ । ବର୍ଷେ ତଳେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ । ଆଜି ଝୁଲନ୍ତା ଅବସ୍ଥାରେ ଗୋପାଳଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଜେଲ କର୍ତ୍ତୃପକ୍ଷ। ଭୀମଭୋଇ ମେଡିକାଲ କଲେଜରେ ଶବର ବ୍ୟବଚ୍ଛେଦ କରାଯାଉଛି। ଗୋପାଳଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗୋପାଳଙ୍କ ପରିବାର ଲୋକ।

ସୂଚନା ଯୋଗ୍ୟ ଫେବୃୟାରୀ ମାସରେ ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିଲା । ବର୍ଷେ ହେବ ସଜ୍ଜା ଭୋଗୁଥିଲେ । ବିଚାରାଧୀନ କଏଦୀ ଭାବେ ହାଇ ସିକ୍ୟୁରିଟି ସେଲରେ ଥିଲ । ମୃତ କଏଦୀ ଜଟକ ଦରଘାବଳାର ଥାନା ହାତୀପୋର୍ଖରୀ ଅଂଚଳର ମହମ୍ମଦ କଲିମ୍ ଖାନ୍ ।  ୬ ନମ୍ବର ସେଲର ଝରକା ରେଲିଂରେ ଗାମୁଛା ଲଗାଇ ଜୀବନ ହାରିଥିଲେ । ତେବେ କଏଦୀ ଜରକ ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ଜଣାପଡିଛି । ଜୀବନ ହାରିବାକୁ ନେଇ ଚୌଦ୍ବାର ଥାନାରେ ଏତଲା ଦିଆଯାଇଛି । ପ୍ରାଥମିକ ତଦନ୍ତରୁ କଏଦୀ ଜୀବନ ହାରିଥିବା ସ୍ପଷ୍ଟ ହୋଇଥିବା ଜେଲ୍ ଡିଆଇଜି ଅନସୂୟା ଜେନା ସୂଚନା ଦେଇଥିଲେ ।

ad-week
Leave A Reply

Your email address will not be published.