
ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ ବିଧାୟକ। ପ୍ରଥମେ ଏସଆଇଆର ପ୍ରସଙ୍ଗରେ ଚାଲିଛି ବୈଠକ । ରାଜ୍ୟ ବିଜେପି ପଦାଧିକାରୀ ଓ ବିଧାୟକମାନେ ଉପସ୍ଥିତ ରହିଛନ୍ତି । ତିନି ସ୍ୱାଧୀନ ବିଧାୟକ ଙ୍କୁ ମିଶାଇ ୬୮ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ବିଧାୟକମାନଙ୍କର ଏକ ବୈଠକ ଆରମ୍ଭ ହେବ । ଯେଉଁ ବୈଠକରେ ଭୋଟିଂ ବାବଦରେ ଟ୍ରେନିଂ ମଧ୍ୟ ଦିଆଯିବ ।
ଏସଆଇଆରକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ । ପ୍ରଥମେ ଏସଆଇଆର ପରେ ରାଜ୍ୟସଭାକୁ ନେଇ ହେବ ଆଲୋଚନା । ରାଜ୍ୟସଭା ଭୋଟ ନେଇ ଦିଆଯିବ ଟ୍ରେନିଂ । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ମଧ୍ୟ ଉପସ୍ଥିତ ଅଛନ୍ତି । ରାଜ୍ୟ ପଦାକଧିକାରୀ ସହ ଜିଲ୍ଲା ସଭାପତିମାନେ ଉପସ୍ଥିତ ଅଛନ୍ତି ।
ଏସଆଇରକୁ ନେଇ ରାଜ୍ୟ ବିଜେପି ହାତକୁ ନେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଗାଁ କୁ ଯିବେ ନେତା ଓ ସବୁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ଏସଆଇଆର କର୍ମଶାଳା । କାହିଁକି ଆବଶ୍ୟକ ହେଉଛି sir, ଏହା ଦ୍ୱାରା କଣ ମିଳିବ ଫାଇଦା ତାକୁ ଗ୍ରାଉଣ୍ଡ ଜିରୋରେ ଲୋକଙ୍କୁ ବୁଝେଇବା ନେତା । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଚୂଡାନ୍ତ ହେବ କାର୍ଯ୍ୟକ୍ରମ ଆଉ ରଣନୀତି । ପରେ ରାଜ୍ୟସଭା ନେଇ ସମସ୍ତ ବିଧାୟକମାନଙ୍କ ସହ ବୈଠକରେ ଆଲୋଚନା ହେବ । ଭୋଟିଙ୍ଗ ନେଇ ଦିଆଯିବ ଟ୍ରେନିଂ ଓ ଟ୍ରେନିଂ ପରେ ବସରେ ପାରାଦ୍ୱୀପ ଯିବେ ବିଜେପି ବିଧାୟକ ।