ରାଜ୍ୟରେ ବଢ଼ୁଛି ତାତି; ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିଅସ

add-all

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ତାପମାତ୍ରା । ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୪୦.୬ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୫.୫ ଡିଗ୍ରୀ ସେଲସିଅସ ରହିଛି। କିଛି ଅଞ୍ଚଳରେ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ରହିଥିବାରୁ ଗରମର ପ୍ରଭାବ ବଢ଼ିବା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୪.୨ ଡିଗ୍ରୀ ଓ ସର୍ବନିମ୍ନ ୨୫.୧ ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକରେ ସର୍ବାଧିକ ୩୪ ଡିଗ୍ରୀ ଓ ସର୍ବନିମ୍ନ ୨୨.୬ ଡିଗ୍ରୀ ସେଲସିଅସ ରହିଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସମ୍ବଲପୁର ଓ ଝାରସୁଗୁଡାରେ ହିଟ୍‌ୱେଭ୍‌ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି କାଲିଠାରୁ କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ଆଶଙ୍କା ଥିବାବେଳେ ପବନର ବେଗ ଘଣ୍ଟାପିଛା ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ସେହିପରି ଆଗାମୀ ତିନି ଘଣ୍ଟା ମଧ୍ୟରେ କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ସହ ପବନ ଘଣ୍ଟାପିଛା ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ। ସେହିପାଇଁ ପାଗ ପରିସ୍ଥିତି ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ad-week
Leave A Reply

Your email address will not be published.