ଆର୍ମେନିଆ, ଆଜରବୈଜାନ ଦେଇ ନିଜ ଦେଶକୁ ଫେରୁଛନ୍ତି ଇରାନରେ ଫସିଥବା ଭାରତୀୟ

add-all

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇରାନରେ ଅଟକିଥିବା ଭାରତୀୟମାନେ ବର୍ତ୍ତମାନ ଆର୍ମେନିଆ ଓ ଆଜରବୈଜାନ ସୀମା ଦେଇ ଇରାନ ଛାଡୁଥିବା ଜଣାପଡିଛି। ସୋମବାର ସୁଦ୍ଧା ୫୫୦ ଭାରତୀୟ ଇରାନ ସୀମା ଅତିକ୍ରମ କରି ଆର୍ମେନିଆରେ ପହଞ୍ଚିଥିବାବେଳେ ୯୦ ଭାରତୀୟ ଆଜରବୈଜାନରେ ପହଞ୍ଚିଥିବା ନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଏସସ୍ବାଲ ସୂଚନା ଦେଇଛନ୍ତି।

ଯୁଦ୍ଧ ପୂର୍ବରୁ ୨୮୪ ଭାରତୀୟ ଇରାନକୁ ତୀର୍ଥଯାତ୍ରାରେ ଯାଇଥିଲେ। ଏମାନଙ୍କ ମଧ୍ୟରୁ କେତେକ ଭାରତ ଫେରିଆସିଥିବାବେଳେ ଆଉ କେତେକ ସେଠାରେ ଅଟକି ରହିଛନ୍ତି। ଇରାନର ରାଜଧାନୀ ତେହେରାନରେ ପାଠ ପଢୁଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ଇରାନର ଅନ୍ୟ ସହରକୁ ଚାଲିଯାଇଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.