ଆସିକା ଅଞ୍ଚଳ ରେ କଙ୍ଗାରୁ କୋର୍ଟ..! :ମହିଳା ଙ୍କ ସହିତ ତାଙ୍କ ପୁଅ ଓ ଅନ୍ୟ ଦୁଇ ଜଣ କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ନିସ୍ତୁକ ମାଡ଼….!

add-all


ବ୍ରହ୍ମପୁର : ଆସିକା ବ୍ଳକ କୋଟିନଡ଼ା ଥାନା ଭେଟ୍ଟନଇ ଗ୍ରାମ ର ଧୋବା ସାହି ରେ ଗତ ଦୁଇ ଦିନ ପୂର୍ବେ ମହିଳା ଜଣକୁ ତାଙ୍କ ପୁଅ ସହିତ ଅନ୍ୟ ଦୁଇ ଜଣ ଯୁବକ ଙ୍କୁ ମାଡ଼ ମାରିବା ସହିତ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିଥିବା ବେଳେ ପୋଲିସ ପହଞ୍ଚି ସମସ୍ତ ଙ୍କୁ ଉଦ୍ଧାର କରିଛି। ସାହିରେ କଙ୍ଗାରୁ କୋର୍ଟ ବସି ମହିଳା ଙ୍କ ସହିତ ତାଙ୍କ ପୁଅ ଓ ଅନ୍ୟ ଦୁଇ ଜଣ କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ଦଣ୍ଡ ଦେଉଥିବା ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ରେ ଭାଇରଲ ହେଉଛି। ମହିଳାଙ୍କ ଘରକୁ ଦୁଇ ଜଣ ଯୁବକ କାହିଁକି ଆସିଥିଲେ ପଚାରି ପଚାରି ଚୁଟି ଝିକି ଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆ ଭାଇରଲ ହେଉଛି।ଏହି ଘଟଣା ରେ ପୋଲିସ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଚଢ଼ାଉ ଜାରି ରଖିଛି। ଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଦାମୋଦର ବିହାରୀ କହିଛନ୍ତି।

ad-week
Leave A Reply

Your email address will not be published.