ବିଜେବି କଲେଜ ଫେରୱେଲ୍ ପାର୍ଟିରେ ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା, ୨୫ ଛାତ୍ର ଆହତ

newyr25

ଭୁବନେଶ୍ୱର : ଅଶାନ୍ତ ବିଜେବି କଲେଜ । ଫେରୱେଲ୍ ପାର୍ଟିରୁ ପିଟାପିଟି । କ୍ୟାମ୍ପସରେ ଚାଲିଲା ଇଟା ପଥର ମାଡ଼ । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ । ପଥର ମାଡ ଯୋଗୁ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଅଶୋକା ହଷ୍ଟେଲରେ ଫେରୱେଲ ପାର୍ଟି ଚାଲିଥିଲା । ସମୟସୀମା ପରେ ରାତିରେ ଡିଜେ ବଜାଇ ନାଚୁଥିଲେ ହଷ୍ଟେଲ ପିଲା । ଏନେଇ ଆମ୍ବେଦକର ହଷ୍ଟେଲର କିଛି ପିଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଂଚି ଡିଜେ ବନ୍ଦ କରିଥିଲା । ଏହାପରେ ଦୁଇ ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଫେର ୱେଲ ପାର୍ଟି ପାଲଟିଲା ରଣ କ୍ଷେତ୍ର । ଉଡିଲା ମଦ ବୋତଲ, ପଥର । ରାତି ତମାମ ଚାଲିଲା ଝଗଡ଼ା । ବିଜେବି କଲେଜରେ ଗତକାଲି ରାତିରେ ଅଶୋକା ହଷ୍ଟେଲ ତତଫରୁ ଏକ ଫେର ୱେଲ ପାର୍ଟି ହେଉଥିଲା । ସମୟ ସୀମା ପରେ ରାତିରେ DJ ବଜାଇ ନାଚି ନାଚି ଧୂଳି ଉଡେଉ ଥିଲେ ଅଶୋକା ହଷ୍ଟେଲ। ଏହି ସମୟରେ BR Ambedkar ହଷ୍ଟେଲର କିଛି ଜଣ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଆସି DJ ବନ୍ଦ କରିଥିଲା ।

ଏହା ପରେ ଦୁଇ ହଷ୍ଟେଲ ମଧ୍ୟରେ ଆରମ୍ଭ ହେଲା ବିୟର ବୋତଲ ପଥର,। ରାତି ୧୧.୩୦ ରୁ ଆରମ୍ଭ ହୋଇ ୨.୩୦ ପର୍ଯ୍ୟନ୍ତ ଚାଲିଲା ଝଗଡ଼ା । ୨୫ରୁ ଅଧିକ ଛାତ୍ର ଆହତ ହୋଇ କ୍ୟାପିଟାଲହସପିଟାଲରେ ଭର୍ତ୍ତି ହୋଇଥିଲେ । ପୋଲିସ୍ ଫୋର୍ସ ପହଞ୍ଚିଲା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ସକାଳ ସୁଦ୍ଧା ମଧ୍ୟ ଏକ ଟିମ୍ ହଷ୍ଟେଲ ପରିସରରେ ଉପସ୍ଥିତି ଅଛନ୍ତି ।

Leave A Reply

Your email address will not be published.